Latest Odisha News

BREAKING NEWS

ଭଦ୍ରକରୁ ୫୧୦ ଗ୍ରାମର ବ୍ରାଉନସୁଗାର ଜବତ

ଭଦ୍ରକ : ବାଇକରେ ଆସୁଥିଲା ବ୍ରାଉନ ସୁଗାର । ଖବରପାଇ ଚଢ଼ାଉ କଲା ପୋଲିସ । ଜଳେଶ୍ବରରୁ ବ୍ରାଉନ ସୁଗାର ନେଇ ଆସୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ଜଣେ ଯୁବକ ଏସ.କେ ରାବୁଲ । ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଳ ଓଭରବ୍ରିଜ ନିକଟରେ ତାକୁ କାବୁ କରିଛି ପୋଲିସ । ଚଢ଼ାଉ ବେଳେ ଏସ.କେ ରାବୁଲ ଠାରୁ ୫୧୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ ।

ପଚରାଉଚରା ବେଳେ ଅଭିଯୁକ୍ତ ଏସ.କେ ରାବୁଲ ଜଳେଶ୍ବରରୁ ବ୍ରାଉନସୁଗାର ଆଣୁଥିବା ସ୍ବୀକାର କରିଛି । ଘଟଣାରେ ବାଇକ୍ ସହ ମୋବାଇଲ ଜବତ କରିଛି ପୋଲିସ । ଅଭିଯୁକ୍ତ ଜଣକ ପୂର୍ବରୁ ବ୍ରାଉନସୁଗାର ବ୍ୟବସାୟ ସହ ଅନ୍ୟ ମାମଲାରେ ଜଡିତ ଥିବା ପୋଲିସ କହିଛି । ଏହା ପୂର୍ବରୁ ମଧ୍ୟ ଭଦ୍ରକରୁ ଜବତ ହୋଇଥିଲା ଧଳା ଜହର ।

Leave A Reply

Your email address will not be published.