Latest Odisha News

BREAKING NEWS

ଚଢ଼ାଉ ବେଳେ ୫୫ ଗ୍ରାମ ବ୍ରାଉନ ସୁଗର ଜବତ

ଖୋର୍ଦ୍ଧା : ପୁଣି ଜବତ ହେଲା ବ୍ରାଉନ ସୁଗାର । ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳରେ ଚଢ଼ାଉ ବେଳେ ଏହି ବ୍ରାଉନ ସୁଗର ଜବତ ହୋଇଛି । ଏକ ଦାମୀ କାରରୁ ୫୫ ଗ୍ରାମ ବ୍ରାଉନସୁଗର, ତିନୋଟି ଦାମି ମୋବାଇଲ ଏବଂ ନଗଦ ୨୦ ହଜାର ୩୦୦ ଟଙ୍କା ଜବତ ହୋଇଛି । ଏହି ଅଞ୍ଚଳରେ ଦିନକୁ ଦିନ ବଢୁଛି ବ୍ରାଉନ ସୁଗର ବେପାର । ଲକ ଡାଉନ ସମୟରେ ସବୁ ଆଡେ ବନ୍ଦ ସାଙ୍ଗକୁ ଅନେକ କଟକଣା । ହେଲେ ସେହି କଟକଣା ଭିତରେ ବି ଚାଲିଛି ବେଧଡକ ବ୍ରାଉନ ସୁଗାର ବେପାର । ଦିନକୁ ଦିନ ଏହା ବଢି ବଢି ଚାଲିଥିବା ବେଳେ ଆଗକୁ ଏହି ଚଢ଼ାଉ ଜୋରଦାର ହେବ ବୋଲି ଜଣାଯାଇଛି ।।

Leave A Reply

Your email address will not be published.