Latest Odisha News

BRSରେ ମିଶିବେ କି ଜାନକୀ ନନ୍ଦନ ? ଗିରିଧର ଗମାଙ୍ଗଙ୍କ ସହ ଭେଟଘାଟ୍ ପରେ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶାରେ ବଳ ବଢ଼ାଇବାକୁ ଉଦ୍ୟମ କରୁଛି ଭାରତ ରାଷ୍ଟ୍ର ସମିତି । କିଛିଦିନ ତଳେ ବିଆରଏସ୍ ନେତା ବିଜୟ ମହାପାତ୍ରଙ୍କୁ ଭେଟିଥିବା ବେଳେ ଆଜି ଗମାଙ୍ଗ ବାପପୁଅ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀ ବଲ୍ଲଭଙ୍କୁ ଭେଟିଛନ୍ତି । ଓଡ଼ିଶାରେ ନିର୍ବାଚିତ ପ୍ରତିନିଧି କିଭଳି କ୍ଷମତା ହରାଉଛନ୍ତି, କିଛି ଅଫିସର କିଭଳି ଗଣତନ୍ତ୍ରଙ୍କୁ ହତ୍ୟା କରୁଛନ୍ତି ସେ ନେଇ ହୋଇଛି ଆଲୋଚନା ।

ପୃଥ୍ୱୀ ବଲ୍ଲଭଙ୍କ ପାରିବାରିକ ସାଙ୍ଗ ମାନସ ବକ୍ସିଙ୍କ ଘରେ ଲଞ୍ଚ ଟେବୁଲରେ ଏକାଠି ବସି ଖାଇବା ସହ ରାଜନୀତି ଚର୍ଚ୍ଚା କରିଛନ୍ତି । ଏକଦା ଜେବି ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ କୋରାପୁଟରୁ କଂଗ୍ରେସ ସାଂସଦ ଥିଲେ ଗିରିଧର ଗମାଙ୍ଗ । ପରେ ୧୯୯୯ରେ କିଛି ମାସ ପାଇଁ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ।

BRS Leader Giridhar Gamang Mets Prithivi Balav Patnaik

ଆଜି ଗୋଟିଏ ଟେବୁଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେବି ପଟ୍ଟନାୟକଙ୍କ ପୁଅ ପୃଥ୍ୱୀଙ୍କ ସହ ଶିଶିର ଗମାଙ୍ଗଙ୍କୁ ଦେଖିବାକୁ ମିଳିଛି । ଯାହା ରାଜ୍ୟ ରାଜନୀତିକୁ ବେଶ୍ ଉଷ୍ଣ କରିଛି ସତ । ହେଲେ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ବିଆରଏସରେ ସାମିଲ୍ ହୋଇ ରାଜନୀତିକୁ ଆସିବେ କି ନାହିଁ ତାହା ଜଣା ପଡ଼ିନାହିଁ ।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପୃଥ୍ୱୀ ବଲ୍ଲଭଙ୍କୁ ବେଗୁନିଆ ବିଧାନସଭା ଆସନରୁ ଲଢ଼ିବାକୁ ଟିକେଟ୍ ଦେଇଥିଲା । ହେଲେ ପୃଥ୍ୱୀ ବଲ୍ଲଭ ଲଢ଼ିବାକୁ ମନା କରି ଦେଇଥିଲେ । ହେଲେ ବାପା ଜିତିଥିବା ଆସନରୁ ଲଢ଼ିବାକୁ ପ୍ରଥମେ ମନ ବଳାଇବା ଓ ପରେ ମନ ପରିବର୍ତ୍ତନ କରିବା ସମସ୍ତଙ୍କୁ ଚକିତ କରିଥିଲା । ଏବେ ପୁଣି ପୃଥ୍ୱୀ ବଲ୍ଲଭଙ୍କୁ ନେଇ ବିଆରଏସ୍ ଆରମ୍ଭ କରିଥିବା ଚର୍ଚ୍ଚା ସତ ହେବ ନା ସେମିତି ସୀମିତ ରହିଯିବ ତା’ଉପରେ ସମସ୍ତଙ୍କ ନଜର ରହିଛି ।

Comments are closed.