Latest Odisha News

ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବଳକା ୨ଟି ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଟେଷ୍ଟ ସିରିଜ ପାଇଁ କୌଣସି ପରିବର୍ତନ କରାଯାଇ ନ ଥିବା ବେଳେ ଦିନିକିଆ ଟିମରେ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି । ପ୍ରଥମ ଦିନିକିଆରେ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ । ୧୦ ବର୍ଷ ପରେ ଜୟଦେବ ଉନାଡକଟଙ୍କୁ ସୁଯୋଗ ମିଳିଛି । ରୋହିତ ପାରିବାରିକ କାରଣରୁ ପ୍ରଥମ ଦିନିକିଆରେ ଖେଳିବେନି । ସେ ଦ୍ୱିତୀୟ ଦିନିକିଆରେ ଦଳ ସହିତ ଯୋଗଦେବେ । ତୃତୀୟ ଟେଷ୍ଟ ମାର୍ଚ୍ଚ ୧ରୁ ଓ ୪ର୍ଥ ଟେଷ୍ଟ ୮ମାର୍ଚ୍ଚରୁ ଖେଳାଯିବ । ୧୭, ୧୯ ଓ ୨୨ ମାର୍ଚ୍ଚରେ ୩ଟି ଦିନିକିଆ ଖେଳାଯିବ ।

ଟେଷ୍ଟ ଟିମ: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେଭାରତ, ଈଶାନ କିଶାନ, ଆରଅଶ୍ୱୀନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଶ୍ରେୟାଶ ଆୟାର, ସୂର୍ଯ୍ୟକୁମାର ଯାଦବ, ଉମେଶ ଯାଦବ, ଜୟଦେବ ଉନାଡକଟ ।
ଦିନିକିଆ ଟିମ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ଈଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମରାନ ମଲିକ, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ, ଜୟଦେବ ଉନାଡକଟ ।

Leave A Reply

Your email address will not be published.