ମୁମ୍ବାଇ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)କୁ ବୋମାରେ ଉଡ଼ାଇବାକୁ ଧମକ। ଇମେଲ୍ ମାଧ୍ୟମରେ ଧମକପୂର୍ଣ୍ଣ ମେସେଜ୍ ପଠାଯାଇଛି।
ଇମେଲ୍ରେ କୁହାଯାଇଛି ଯେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କୋଠାରେ RDX ଏବଂ IED ଲଗାଯାଇଛି। ବିଏସଇକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍ କମ୍ରେଡ୍ ପିନାରାଇ ବିଜୟନ୍ ନାମକ ଏକ ଇମେଲ୍ ଆଇଡିରୁ ଆସିଥିଲା।
ଏହି ଇମେଲ୍ ପାଇବା ପରେ ମୁମ୍ବାଇ ପୋଲିସକୁ ତୁରନ୍ତ ସୂଚନା ଦିଆଯାଇଥିଲା। ଯାହା ପରେ ବମ୍ ସ୍କ୍ୱାଡ୍ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୁମ୍ବାଇ ପୋଲିସ ତଦନ୍ତ କରିବା ପରେ ସେପରି କିଛି ସନ୍ଦେହଜନକ ସାମଗ୍ରୀ ମିଳିନଥିଲା। ମୁମ୍ବାଇ ପୋଲିସ ଏବେ ବି ତଦନ୍ତରେ ନିୟୋଜିତ ଅଛି।
ପୋଲିସ ସୂଚନା ଦେଇଛି ଯେ ଇମେଲ୍ରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ର ଟାୱାର କୋଠାରେ ୪ଟି RDX IED ବୋମା ରଖାଯାଇଛି ଏବଂ ଏଗୁଡ଼ିକ ଭାରତୀୟ ସମୟ ଅପରାହ୍ନ ୩ଟାରେ ବିସ୍ଫୋରଣ ହେବ ବୋଲି କୁହାଯାଇଥିଲା।
ମାମଲାର ତଦନ୍ତ ମଧ୍ୟରେ ମୁମ୍ବାଇ ପୋଲିସ IPC ଧାରା 351(1)(b), 353(2), 351(3), 351(4) ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାତା ରମାବାଇ ଆମ୍ବେଦକର ମାର୍ଗ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।
Comments are closed.