Latest Odisha News

BREAKING NEWS

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ, ପାସ୍ ହାର ୯୦.୫୫%

କଟକ: କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଆନୁଷ୍ଠାନିକ ଭାବେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ପାସ୍ ହାର ୯୦.୫୫% ରହିଛି ।

୫ ଲକ୍ଷ ୧୭ ହଜାର ୮୪୭ ଜଣ ପରୀକ୍ଷାର୍ଥୀ ଦଶମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ୮ ହଜାର ୬୯୯ ଜଣ ପରୀକ୍ଷାର୍ଥୀ ଫେଲ୍ ହୋଇଛନ୍ତି । ୨ ଲକ୍ଷ ୫୬ ହଜାର ୮୭୭ ଛାତ୍ର ଓ ୨ ଲକ୍ଷ ୬୦ ହଜାର ୯୭୦ ଜଣ ଛାତ୍ରୀ ପାସ୍ କରିଛନ୍ତି । A1 ଗ୍ରେଡରେ ପାସ୍ କରିଛନ୍ତି ୮ ହଜାର ୧୧୯ ଛାତ୍ରଛାତ୍ରୀ । ଗତବର୍ଷ ଅପେକ୍ଷା ପାସ୍ ହାର କମିଥିବା ବେଳେ ଗ୍ରେଡେସନରେ ଛାତ୍ରଛାତ୍ରୀ ଭଲ କରିଛନ୍ତି ।

୩ଟି ସ୍କୁଲରେ ପରୀକ୍ଷା ଫଳ ଶୂନ ହୋଇଛି । ମାଲକାନଗିରିର ୨ଟି ଓ ଅନୁଗୁଳର ଗୋଟିଏ ସ୍କୁଲରେ କେହି ବି ଛାତ୍ରଛାତ୍ରୀ ପାସ୍ କରି ନାହାନ୍ତି । ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ ଜଣ ପିଲା ପଢୁଥିଲେ । ସେହିଭଳି ଅନୁଗୁଳର ଉକ୍ତ ସ୍କୁଲରେ ମାତ୍ର ୨ ଜଣ ପିଲା ପଢୁଥିଲେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ବୋର୍ଡ ୱେବସାଇଟ ଓ SMS ଜରିଆରେ ରେଜଲ୍ଟ ହେବ । http://bseodisha.nic.in ରେ ପରୀକ୍ଷା ଫଳ ଦେଖି ହେବ । ଏହାଛଡ଼ା ରେଜଲ୍ଟ ଜାଣିବା ପାଇଁ OR10 (ROLL NO) ଲେଖି 5676750କୁ ପଠାଇ ଦିଅନ୍ତୁ ।

Leave A Reply

Your email address will not be published.