Latest Odisha News

ଓଟିଇଟି ପରୀକ୍ଷାରେ ପେପର୍ ଓ ସେଣ୍ଟର ଦ୍ୱନ୍ଦ୍ୱ, ପ୍ରତିକ୍ରିୟା ରଖିଲେ ବୋର୍ଡ ସଭାପତି

କଟକ: ଜୁଲାଇ ୧ ତାରିଖରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଲାଗି ଆଡମିଟ୍ କାର୍ଡ ବୋର୍ଡ ୱେବସାଇଟ୍ http://bseodisha.ac.in/ ରେ ଉପଲବ୍ଧ ହୋଇଛି ।

ତେବେ କିଛି ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି ୨ଟି ପେପର୍ ଲାଗି ସେମାନଙ୍କ ଭିନ୍ନ ଭିନ୍ନ ସେଣ୍ଚର ପଡ଼ିଛି । ପରୀକ୍ଷାର୍ଥୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ସେ କହିଛନ୍ତି, ଫର୍ମ ପୂରଣ ବେଳେ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଆବେଦନକାରୀ ସଠିକ୍ ଭାବେ ପାଳନ କରି ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ।

ଯେଉଁମାନେ ଦୁଇଟି ଯାକ ପେପର ପରୀକ୍ଷା ଦେବେ, ସେମାନେ ପ୍ରଥମ ପେପର ଫର୍ମ ପୂରଣ ପରେ ଆସିଥିବା ରେଜିଷ୍ଟ୍ରେସନ ନମ୍ବରକୁ ଦ୍ୱିତୀୟ ପେପର ଫର୍ମ ପୂରଣ ବେଳେ ଦେବା କଥା । କିନ୍ତୁ କିଛି ପରୀକ୍ଷାର୍ଥୀ ସେଭଳି କରି ନାହାନ୍ତି । ଫଳରେ ପରୀକ୍ଷାର୍ଥୀ ଦୁଇଟି ପେପର ପରୀକ୍ଷା ଦେଉଛନ୍ତି ବୋଲି ବୋର୍ଡ ଜାଣିବା ସମ୍ଭବ ନ ଥିଲା । ବୋର୍ଡ କଣ୍ଟ୍ରୋଲ ରୁମକୁ ଏ ନେଇ ପ୍ରାୟ ୨୫୦ ଜଣ ଅଭିଯୋଗ କରିଛନ୍ତି ।

ଏଭଳି ସମସ୍ୟା ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ସେଣ୍ଟରରେ ପରୀକ୍ଷା କରିବା ପାଇଁ ବୋର୍ଡ ଚେଷ୍ଟା କରୁଛି । ସେଭଳି ପରୀକ୍ଷାର୍ଥୀଙ୍କର ସଂଶୋଧିତ ଆଡମିଟ୍ କାର୍ଡ ବୋର୍ଡ ୱେବସାଇଟରେ ଉପଲବ୍ଧ କରାଇବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।

Leave A Reply

Your email address will not be published.