Latest Odisha News

BREAKING NEWS

ବାଂଲାଦେଶ ହିଂସା ନେଇ ବିଏସ୍‌ଏଫ୍‌କୁ ହାଇ ଆଲର୍ଟ

ନୂଆଦିଲ୍ଲୀ: ବାଂଲାଦେଶ ହିଂସାକୁ ନେଇ ବିଏସ୍‌ଏଫ୍‌କୁ ହାଇ ଆଲର୍ଟ l ବାଂଲାଦେଶ ସୀମାରେ ମୁତୟନ ବିଏସ୍‌ଏଫ୍‌ର ସବୁ ୟୁନିଟ୍‌କୁ ଆଲର୍ଟ କରାଯାଇଛି l ବାଂଲାଦେଶକୁ ଲାଗିଥିବା ଭାରତର ୪୦୯୬ କିମି ସୀମାରେ ଆଲର୍ଟ ଜାରି କରାଯାଇଛି l ଅନ୍ୟପଟେ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା l ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଛି ସେନାବାହିନୀ l ଏଥିସହ ହିଂସା ବନ୍ଦ କରିବାକୁ ଯୁବବର୍ଗଙ୍କୁ ଅପିଲ କରିଛନ୍ତି ବାଂଲାଦେଶ ସେନା ମୁଖ୍ୟ l

ସୂଚନା ଅନୁସାରେ, ବାଂଲାଦେଶରେ ସରକାରୀ ଚାକିରୀରେ ସଂରକ୍ଷଣକୁ ନେଇ ଛାତ୍ରମାନଙ୍କର ବିରୋଧ ଲଗାତାର ଜାରି ରହିଛି । ସ୍ଥିତି ଅସମ୍ଭାଳ ହେବାରୁ ଗତକାଲିରୁ ଦେଶରେ କର୍ଫ୍ୟୁ ଜାରି ରହିଛି । ଏମିତିକି ହ୍ବାଟ୍ସଆପ, ଫେସବୁକ, ଇନଷ୍ଟାଗ୍ରାମ ସହିତ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି । ଏହାରି ଭିତରେ ଦେଶ ଛାଡିଛନ୍ତି ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ତେବେ ସେ ତାଙ୍କ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହାସହିତ ଢାକା ଛାଡି ସେ ଭାରତ ଆସୁଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, କୋଟାକୁ ନେଇ ହୋଇଥିବା ହିଂସା ଘଟଣାରେ ଏଯାବତ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଲଗାତାର ହିଂସା ବଜାୟ ରହିଥିବା ବେଳେ କିଛି ହିଂସା ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ଆବାସ ଉପରେ ଆକ୍ରମଣ କରିଥିଲେ । ଆବାସ ଭିତରେ ଜବରଦସ୍ତି ପ୍ରବେଶ କରିବା ସହିତ ଭଙ୍ଗାରୁଜା କରିବା ପରେ ସେଠାରୁ ପ୍ରଧାନମନ୍ତ୍ରୀ ହସିନାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

Comments are closed.