ମାଲକାନଗିରି:ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ସୁରକ୍ଷା କର୍ମୀ । କମ୍ବିଂ ଅପରେଶନବେଳେ ଯାଉଥିବାବେଳେ ଠାବ ହେଲା ଲାଣ୍ଡମାଇନ । ଯବାନଙ୍କୁ ଟାର୍ଗେଟ କରି ବିଛାଇଥିଲେ ମାଓବାଦୀ । ଏମିତି ଘଟଣା ଘଟିଛି ମାଲକାନଗିରି ଜିଲା ପଡ଼ିଆ ଥାନା ଅନ୍ତର୍ଗତ ମାଟେରୁ ପଂଚାୟତର କମାରଗୁଡ଼ା ଜଙ୍ଗଲରେ ।
ମଙ୍ଗଳବାର ୧୪୨ ବାଟାଲିଅନର ସୀମା ସୁରକ୍ଷା ବଳ (ବିଏସଏଫ) କମ୍ବିଂ ଅପରେଶନରେ ବାହାରିଥିଲେ । ମାଟେରୁ ପଞ୍ଚାୟତର କମାରଗୁଡା ଜଙ୍ଗଲରେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଏହି ଲାଣ୍ଡମାଇନ ବିଛାଇଥିଲେ । ପ୍ରାୟ ୫ଟି ଲାଣ୍ଡମାଇନକୁ ଜବତ କରଛନ୍ତି ସୁରକ୍ଷା କର୍ମୀ । ମେଟାଲ ଡିକ୍ଟେଟର ସାହାଯ୍ୟରେ ଏହି ଲାଣ୍ଡମାଇନ ଠାବ କରାଯାଇ ପାରିଥିଲା ।
ଖବର ପାଇ ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚି ଏହି ଟିଫିନ ବୋମାକୁ ନିଷ୍କ୍ରିୟ କରିଥିଲେ ।
Comments are closed.