ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ସରକାର କଠୋର ପନ୍ଥା ଆପଣାଇଛି । ଆଗକୁ କିଛି ବଡ ଘଟଣା ଘଟିବାକୁ ଯାଉଥିବା ମଧ୍ୟ ଅନୁମାନ କରାଯାଉଛି । ପାକିସ୍ତାନ ସୀମାକୁ ଲାଗି ରହିଥିବା ପଞ୍ଜାବର ଅମ୍ରିତସର, ଫିରୋଜପୁର, ଗୁରଦାସପୁର, ପଠାନକୋଟ ଅଂଚଳର କୃଷକମାନଙ୍କୁ ବିଏସଏଫ ୨ ଦିନ ମଧ୍ୟରେ ଗହମ ଫସଲ କାଟିନେବାକୁ କହିଛି । ଏଥିସହ ସମ୍ପୃକ୍ତ ଅଂଚଳକୁ ଖାଲି କରିଦେବା ପାଇଁ ଗ୍ରାମମାସୀଙ୍କୁ ଅନୁରୋଧ କରାଯାଇଛି । ଗୁରୁଦ୍ୱାରରେ ମଧ୍ୟ ଏ ନେଇ ଘୋଷଣା କରାଯାଇଛି । କୃଷକମାନେ ମଧ୍ୟ ଏଥିରେ ତତ୍ପରତା ଦେଖାଇବା ଆରମ୍ଭ କରିଛନ୍ତି । ପଞ୍ଜାବର ପଠାନକୋଟରୁ ଫାଜିଲିକା ପର୍ଯ୍ୟନ୍ତ ୫୫୩ କିଲୋମିଟର ଲମ୍ବା ସୀମାରେଖାରେ ଭାରତୀୟ ସେନାର ଗତିବିଧି ବଢ଼ିଯାଇଛି ।
ବିଏସଏଫ ଯବାନ ମାନେ ଗ୍ରାମମଧ୍ୟକୁ ଯାଇ ଗ୍ରାମବାସୀ ଆବଶ୍ୟକ ସତର୍କତା ପନ୍ଥା ଆପଣାଇବାକୁ କହୁଛନ୍ତି । ଯଦି କୌଣସି ଅପରିଚିତ ବ୍ୟକ୍ତି କିମ୍ବା ସନ୍ଦେହ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଦେଖିବ ତେବେ ପୋଲିସ ଓ ବିଏସଏଫ ଯବାନଙ୍କୁ ଜଣାଇବାକୁ କୁହାଯାଇଛି । ସମ୍ପୂର୍ଣ୍ଣ ଅଂଚଳଗୁଡିକରେ ହାଇ ଆଲର୍ଟ ଜାରୀ ରଖାଯାଇଛି । ଫିରୋଜପୁରର କାଲୁୱାଲା ଗ୍ରାମକୁ ଖାଲି କରି ଦିଆଯାଇଛି । ଭାରତ-ପାକିସ୍ତାନ ମଧ୍ୟରେ ଉତେଜନା ସୃଷ୍ଟି ହେଲେ ଏହି ଗ୍ରାମକୁ ପ୍ରଥମେ ଖାଲି କରାଯାଇଥାଏ ।
Comments are closed.