Latest Odisha News

ବିଏସଏଫ ଭ୍ଯାନ ଦୁର୍ଘଟଣାଗ୍ରସ୍ତ: ୧୫ ଯବାନ ଗୁରୁତର

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ବିଏସ୍‌ଏଫ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ।୪୦୭ ମେଟାଟର ଗାଡ଼ିରେ ବିଏସ୍‌ଏଫ ଯବାନମାନେ ଯିବାବେଳେ କୁମ୍ଭାରୀ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ୧୫ ଯବାନ ଗୁରୁତର ହୋଇଛନ୍ତି।

ଦୁର୍ଘଟଣା ପରେ ଗାଡ଼ିରେ ଥିବା ୧୫ ଜଣ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ସେମାନଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯବାନଙ୍କୁ ନାରାୟଣପୁର ଏସପି ପୁଷ୍କର ଶର୍ମା ଭେଟିଛନ୍ତି। ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନି।

 

Comments are closed.