Latest Odisha News

BSNLର ଧମାକା ଅଫର ! ମାତ୍ର ଏତିକି ଟଙ୍କାରେ ଅନ୍‌ଲିମିଟେଡ୍ କଲ୍ ଓ 2.5GB ଡେଟା

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍ ନିଜର ୨୫ତମ ପୂର୍ତ୍ତି ଅବସରରେ ଏକ ବିଶେଷ ସିଲଭର ଜୁବିଲି ପ୍ରିପେଡ୍ ପ୍ଲାନ୍ ଉନ୍ମୋଚନ କରିଛି, ଯେଉଁଥିରେ କମ୍ ମୂଲ୍ୟରେ ଅନେକ ପ୍ରିମିୟମ୍ ସୁବିଧା ଦିଆଯାଉଛି। ପୂର୍ବ କିଛି ସମୟ ଧରି ବିଏସ୍‌ଏନ୍‌ଏଲ୍ ଲଗାତାର କିମ୍ ମୂଲ୍ୟର ଚମତ୍କାର ପ୍ଲାନ୍ ଲଞ୍ଚ କରୁଛି, ଯାହା ଦ୍ୱାରା କମ୍ପାନୀର ଗ୍ରାହକ ସଂଖ୍ୟା ମଧ୍ୟ ବଢ଼ିଛି। ଟ୍ରାଇର ସାମ୍ପ୍ରତିକ ରିପୋର୍ଟ ମଧ୍ୟ ଏହି ବୃଦ୍ଧିକୁ ନିଶ୍ଚିତ କରୁଛି।

ଏହି ପ୍ଲାନ୍‌ର ମୂଲ୍ୟ ୨୨୫ ଟଙ୍କା ଏବଂ ଏହା ଏକ ନୂଆ ପ୍ରିପେଡ୍ ପ୍ଲାନ୍ ଯାହା ଗ୍ରାହକମାନଙ୍କ ପାଇଁ ଅନେକ ଆକର୍ଷଣୀୟ ସୁବିଧା ସହିତ ଆସିଛି। ଏଥିରେ ସାମିଲ ରହିଛି ଅନଲିମିଟେଡ୍ ଭଏସ୍ କଲିଂ, ଫ୍ରି ନ୍ୟାସନାଲ୍ ରୋମିଂ, ପ୍ରତିଦିନ ୧୦୦ ଫ୍ରି ଏସ୍‌ଏମ୍‌ଏସ୍, ପ୍ରତିଦିନ ୨.୫ ଜିବି ହାଇ-ସ୍ପିଡ୍ ଡାଟା, ଯାହା ପରେ ସ୍ପିଡ୍ କମ୍ ହୋଇଯାଏ କିନ୍ତୁ ଡାଟା ଚାଲୁ ରହେ।

ସବୁଠାରୁ ବିଶେଷ ଫିଚର ହେଉଛି ବିଟିଭିର ଫ୍ରି ଆକ୍ସେସ୍, ଯେଉଁଠାରେ ଗ୍ରାହକ ୩୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ଓ ଅନେକ ଓଟିଟି ଆପ୍ ଇଣ୍ଟିଗ୍ରେସନ୍‌ର ମଜା ନେଇପାରିବେ। କମ୍ ମୂଲ୍ୟରେ ଏତେ ସୁବିଧା ଏହାକୁ ଭ୍ୟାଲ୍ୟୁ-ଫର୍-ମନି ଖୋଜୁଥିବା ଗ୍ରାହକମାନଙ୍କ ପାଇଁ ଉତ୍କୃଷ୍ଟ ବିକଳ୍ପ କରିଛି।

Comments are closed.