Latest Odisha News

BREAKING NEWS

୨୦୨୩ ଅଗଷ୍ଟରେ ବିଏସଏନ୍ଏଲ୍ ଆଣିବ ୫ଜି ସେବା 

ବିଏସଏନ୍ଏଲ୍ ୟୁଜର୍ସଙ୍କ ପାଇଁ ଆସିଲା ବଡ଼ ଖବର  ।  ବିଏସଏନ୍ଏଲ୍ ପ୍ଲାନ ରେ ଉପଲବ୍ଧ ହେବ ୫ଜି ସେବା  । ଏୟାରଟେଲ୍ ଏବଂ ଜିଓ ର ଚିନ୍ତା ବଢାଇବ ବିଏସଏନ୍ଏଲ୍ର ଡାଟା ସୁବିଧା  । ଏୟାରଟେଲ୍ ଏବଂ ଜିଓ ପ୍ଲାନ୍ ଅପେକ୍ଷା ଗ୍ରାହକଙ୍କୁ ଶସ୍ତାରେ ଯୋଗାଇେଦବ ବିଏସଏନ୍ଏଲ୍ ପ୍ଲାନ। କାରଣ ବିଏସଏନ୍ଏଲ୍ ୟୁଜର୍ସ ମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ଖୁବ୍ ଶିଘ୍ର ମାର୍କେଟରେ ବିଏସଏନ୍ଏଲ୍‌ ଯୋଗାଇେଦବ ୫ଜି ସେବା  । ବିଏସଏନ୍ଏଲର ପ୍ଲାନ ମଧ୍ୟ ଶସ୍ତା ହେବ ବୋଲି ଅାଶା କରାଯାଉଛି  ।

ଯାହା ଦ୍ବାରା ପ୍ରାଇେଭଟ୍ ଟେଲିକମ୍ କମ୍ପାନୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିବ  । ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଜି ସେବା  ଲଞ୍ଚ କରିଥିବା ବେଳେ ବର୍ତ୍ତମାନ ଅଫିସିଅାଲି ୫ଜି ସେବା ଲଞ୍ଚ ହୋଇଛି  । ୫-ଜି ସେବା ଦ୍ୱାରା ଦେଶରେ ଆହୁରି ଇଣ୍ଟରନେଟର ଗତି ଦ୍ରୁତ ହେବ । ବିଭିନ୍ନ ବିଭାଗରେ ୫-ଜି ଉନ୍ନତି ଆଣିବ ବୋଲି କୁହାଯାଉଛି । ବର୍ତ୍ତମାନ ଏହି ସେବା ପ୍ରଥମ ପର୍ଯ୍ୟାୟରେ ୧୩ଟି ପ୍ରମୁଖ ସହରରେ ମିଳିବ ।

ପରେ ପରେ ଏହା ଧୀରେ ଧୀରେ ସାରା ଦେଶରେ ଉପଲବ୍ଧ ହେବ । ଆଗାମୀ ୨ ବର୍ଷ ମଧ୍ୟରେ ସାରା ଦେଶରେ ୫-ଜିକୁ ଉପଲବ୍ଧ କରାଯିବା ନେଇ ସୂଚନା ଦିଆଯାଇଛି । ବର୍ତ୍ତମାନ ଯାଏ ଦେଶବାସୀ ୩-ଜି ଓ ୪-ଜି ବ୍ୟବହାର କରିଥିଲେ । ତାହାଠାରୁ ୫-ଜିର ଗତି ଦ୍ରୁତ ରହିବ ।ଆଇଟି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବ ୫-ଜି ସେବା । ବର୍ତ୍ତମାନ ପର୍ଯ୍ୟନ୍ତ ଚୟନ ହୋଇଥିବା ସ୍ଥାନ ଗୁଡ଼ିକରେ ଦେଖିବାକୁ ମିଳିବ ୫ଜି ସେବା।

ବର୍ତ୍ତମାନ ୫ଜି ସେବା କେବଳ ପ୍ରାଇଭେଟ୍ ଟେଲିକମ୍ କମ୍ପାନୀ ଏହି ସେବା ଯୋଗାଇଥିବା ବେଳେ ଖୁବ୍ ଶିଘ୍ର ବିଏସଏନ୍ଏଲ୍ ମଧ୍ୟ ୫ଜି ସେବା ଯୋଗାଇ ଦେବ  । ସୂଚନା ଅନୁଯାୟୀ ୧୫ ଅଗଷ୍ଟ ୨୦୨୩ ରେ ବିଏସଏନ୍ଏଲ୍ ଯୋଗାଇେଦେବ ୫ଜି ସେବା । ଏନେଇ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି  । ଏହାର ଘୋଷଣା ଇଣ୍ଡିଅା ମୋବାଇଲ କଂଗ୍ରେସ ୨୦୨୨ ତରଫରୁ କରାଯାଇଛି।

Leave A Reply

Your email address will not be published.