Latest Odisha News

BREAKING NEWS

ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ : ଆକାଶ ଆନନ୍ଦଙ୍କ କାନ୍ଧରେ ବିଏସପି ଭାର

ଲକ୍ଷ୍ନୌ:  ବିଏସ୍‌ପି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ଏକ ବଡ଼ ଘୋଷଣା ନେଇଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଦଳୀୟ ବୈଠକରେ ପୁତୁରା ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି। ମାୟାବତୀ ଦଳର ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ରାଜ୍ୟର ପ୍ରମୁଖ ପଦାଧିକାରୀମାନଙ୍କୁ ଏହି ବୈଠକକୁ ଡାକିଥିଲେ। ଆକାଶ ଆନନ୍ଦ ହେଉଛନ୍ତି ମାୟାବତୀଙ୍କ ସାନଭାଇ ଆନନ୍ଦ କୁମାରଙ୍କ ପୁଅ।

୨୦୧୯ ଲୋକସଭା ନିର୍ବାଚନ ବେଳେ ଆକାଶ ରାଜନୀତିରେ ପ୍ରବେଶ କରିଥିଲେ। ତାଙ୍କୁ ଜାତୀୟ ସଂଯୋଜକ ଦାୟିତ୍ୱ ଦିଆଯାଇଥିଲା। ପୂର୍ବରୁ  ବିଏସପିର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଥିଲା । ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପ୍ରସ୍ତୁତିକୁ ଆଖି ଆଗରେ ରଖି ମାୟାବତୀ ଏହି ବୈଠକ ଡାକିଥିଲେ । ଉତ୍ତରାଧିକାରୀ ଭାବେ ଆକାଶଙ୍କ ନାଁ ଘୋଷଣା କରିବା ସହ  ଦଳକୁ ମଜବୁତ କରିବାକୁ ତାଙ୍କୁ ଦାୟିତ୍ୱ ଦେଇଛନ୍ତି।

Leave A Reply

Your email address will not be published.