Latest Odisha News

BREAKING NEWS

ବିଏସପି ନେତାଙ୍କୁ ହତ୍ୟା, ୬ ଜଣ ଘେରି ନେଲେ ଜୀବନ

ଚେନ୍ନାଇ: ବିଏସପି ନେତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୃର୍ବୁତ୍ତ। ଏକାସାଙ୍ଗରେ ୬ ଜଣ ଘେରି କରି କରିଥିଲେ ଦଳବଦ୍ଧ ଆକ୍ରମଣ।

ତାମିଲନାଡ଼ୁ ବିଏସ୍‌ପିର ପ୍ରଦେଶ ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ଚେନ୍ନାଇରେ ହତ୍ୟା କରାଯାଇଛି। ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହେବା ପରେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର।

ତେବେ ଚେନ୍ନାଇ ପୋଲିସଙ୍କ କହିବା ଅନୁଯାୟୀ, ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ତାମିଲନାଡ଼ୁ ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ଶୁକ୍ରବାର ଅପରାହ୍ନରେ ଚେନ୍ନାଇର ପେରାମ୍ବୁରସ୍ଥିତ ନିଜ ବାସଭବନ ନିକଟରେ ୬ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ହଠାତ୍ ଘେରିଯାଇ ମରଣାତ୍ମକ ଆକ୍ରମଣ କରିଥିଲେ । ଏହାପରେ ତାଙ୍କୁ ଅଧାମରା କରି ସେଇ ରାସ୍ତାରେ ଛାଡ଼ି ଯାଇଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ଯ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତଦନ୍ତ ଜାରି ରଖିଛି।

Comments are closed.