Latest Odisha News

BREAKING NEWS

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଅନୁମତି, କୋଭିଡ୍ କଟକଣାରେ ପାଳନ ହେବ

ବ୍ରହ୍ମପୁର: କରୋନା କଟକଣାରେ ଚଳିତବର୍ଷ ହେବ ବ୍ରହ୍ମପୁରର ମାଆ ଠାକୁରାଣୀ ଯାତ୍ରା । ଏଥିପାଇଁ ଅନୁମତି ଦେଇଛନ୍ତି ପ୍ରଶାସନ । ପ୍ରଶାସନ ସହ ଆଲୋଚନା ପରେ ଯାତ୍ରା ପାଇଁ ନିଷ୍ପତ୍ତି ହୋଇଛି । କରୋନା କଟକଣା ସହ ପ୍ରଥମ ୭ ଦିନ ଠାକୁରାଣୀ ଯାତ୍ରା ହେବ । ସ୍ଥିତି ଦେଖି ପରବର୍ତ୍ତୀ ସମୟରେ ଯାତ୍ରା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି ।

ଆସନ୍ତାକାଲି ଦେଶୀ ବେହେରା ସାହିକୁ ଶୁଭଖୁଣ୍ଟି ଆସିବ । ରାଜବାଟୀକୁ ଠାକୁରାଣୀଙ୍କୁ ନ ନେବାକୁ କୁହାଯାଇଛି । ଯାତ୍ରା ସମୟରେ ସାହି ପରିକ୍ରମା ଏବଂ ବେଶ ଓ କଳାକୁଞ୍ଜ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ଦଶନ୍ଧି ଦଶନ୍ଧି ଧରି ଅନୁଷ୍ଠିତ ହୋଇ ଆସୁଛି ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ଅନେକ ପରମ୍ପରା ବି ରହିଛି । ତେବେ କରୋନା ଯୋଗୁ ଚଳିତବର୍ଷ କଟକଣାରେ ସବୁ କିଛି ଅନୁଷ୍ଠିତ ହେବ । ଯାତ୍ରାକୁ ଅନୁମତି ମିଳିଥିବାରୁ ବ୍ରହ୍ମପୁର ତଥା ଗଞ୍ଜାମବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଖେଳିଯାଇଛି ।

Leave A Reply

Your email address will not be published.