Latest Odisha News

ଆସନ୍ତୁ ଜାଣିବା କିଏ କହିଲେ କୋହଲିଙ୍କଠାରୁ ମୁଁ ଫିଟ

ଚେନ୍ନାଇ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚେନ୍ନାଇରେ ଖେଳାଯିବ । ଏଥିପାଇଁ ଟିମ ଇଣ୍ଡିଆର ଖେଳାଳିମାନେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଦଳର ସବୁଠାରୁ କିଏ ଫିଟ ଖେଳାଳିଙ୍କ ସମ୍ପର୍କରେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି । ବିରାଟ କୋହଲି ସମ୍ପୂର୍ଣ୍ଣ ଫିଟ ଖେଳାଳି ଭାବେ ବିବେଚନା କରାଯାଉଥିଲା ମଧ୍ୟ ବୁମରାହ କିନ୍ତୁ ଏହାକୁ ଅଗ୍ରାହ୍ୟ କରିଛନ୍ତି । ସେ କହିଛନ୍ତି ମୁଁ ଦଳର ସବୁଠାରୁ ଫିଟ ଖେଳାଳି । ଏଥିପାଇଁ ମୁଁ କଠିନ ପରିଶ୍ରମ ମଧ୍ୟ କରୁଛି । ଯାହାର ଫଳ ପଡିଆରେ ଦେଖିବାକୁ ମିଳିଛି ବୋଲି ବୁମରାହ କହିଛନ୍ତି । ଜଣେ ପେସ ବୋଲର ଭାବେ ନିଜକୁ ଫିଟ ରଖିବା ଏତେ ସହଜ ନୁହେଁ ।

ସେ ହସି କରି କହିଥିଲେ, ଆପଣମାନେ ଯାହାଙ୍କ ନାମ ଶୁଣିବାକୁ ଚାହୁଁଛନ୍ତି ମୁଁ ତାହା କହିବି ନାହିଁ । ମୁଁ ବି ଦଳର ଏକ ଫିଟ ଖେଳାଳି । ଦୀର୍ଘ ଦିନ ହେବ ଆନ୍ତର୍ଜାତୀୟସ୍ତରରେ ମ୍ୟାଚ ଖେଳୁଛି । ଟି୨୦ ବିଶ୍ୱକପରେ ଭାରତ ଚାମ୍ପିୟନ ହେବା ପରଠାରୁ ବୁମରାହ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ବାଂଲାଦେଶ ବିପକ୍ଷ ସିରିଜରେ ସେ ପୂରା ଦମରେ ଖେଳିବେ ବୋଲି କହିଛନ୍ତି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ପ୍ରବେଶ ପାଇଁ ସ୍ଥିତି ମଜମୁତ କରିବା ନିମନ୍ତେ ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ପାଇଁ ବାଂଲାଦେଶ ବିପକ୍ଷ ସିରିଜ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

Comments are closed.