Latest Odisha News

ଟି୨୦ ବିଶ୍ୱକପ: ପ୍ରାୟତଃ ଚୂଡାନ୍ତ ହୋଇସାରିଛି ଭାରତୀୟ ଦଳ

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଚୂଡାନ୍ତ ଶେଷ ପର୍ଯ୍ୟାୟରେ ପଂହଚି ସାରିଛି । ଏବେ କେବଳ ୨/୩ଟି ସ୍ଥାନ ପାଇଁ ଚୟନକର୍ତା ଦ୍ୱନ୍ଦ୍ୱରେ ଅଛନ୍ତି । ମେ ୧ ପୂର୍ବରୁ ଆଇସିସି ନିକଟକୁ ଚୟନ ଖେଳାଳିଙ୍କ ନାମ ପଠାଇବାକୁ ପଡିବ । ଆଇପିଏଲ ଆଗାମୀ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଚୟନର ମାପକାଠି ସାଜିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ଫର୍ମ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ଉଭୟ ବ୍ୟାଟିଂ ଓ ବୋଲିଂରେ ସେ ଫେଲ ମାରିଛନ୍ତି । ଶିବମ ଦୁବେଙ୍କ ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଶିବମ ଅବଶ୍ୟ ଆଇପିଏଲ ବେଶୀ ବୋଲିଂ କରି ନାହାନ୍ତି ତଥାପି ଚୟନ କମିଟିଙ୍କ ଏବେ ବି ପ୍ରଥମ ପସନ୍ଦ ହାର୍ଦ୍ଦିକ ରହିଛନ୍ତି । ସେହିପରି ଯଶପ୍ରୀତ ବୁମରାହ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ରବୀନ୍ଦ୍ର ଜାଡେଜା ଓ କୂଲଦୀପ ଯାଦବ ଚୟନ ହେବା ଏକପ୍ରକାର ନିଶ୍ଚିତ ବୋଲି ଜନୈକ ଅଧିକାରୀ କହିଛନ୍ତି ।

ଆଭେଶ ଖାଁ, ଅକ୍ଷର ପଟେଲ ଓ ରବି ବିଶ୍ନୋଇଙ୍କ ମଧ୍ୟରୁ କାହାକୁ ଦଳରେ ନିଆଯିବ ସେ ନେଇ ମଧ୍ୟ ଚୟନ କମିିଟି କିଛି ଚୂଡାନ୍ତ କରିପାରି ନାହାନ୍ତି । ଖୁବ ଶୀଘ୍ର ଖେଳାଳିଙ୍କ ନାମ ଘୋଷଣା କରାଯିବ । ତେବେ ତେବେ ୫ ରିଜର୍ଭ ଖେଳାଳିଙ୍କ ସମେତ ଏହି ୨୦ ସମ୍ଭାବ୍ୟ ଖେଳାଳି ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ସେମାନେ ହେଲେ ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଯଶସ୍ୱୀ ଜୈସୱାଲ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂ, ରିଷଭ ପନ୍ତ, କେଏଲ ରାହୁଲ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ଅକ୍ଷର ପଟେଲ, କୂଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ରବି ବିଶ୍ନୋଇ, ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଓ ଆଭେଶ ଖାଁ ।

Leave A Reply

Your email address will not be published.