Latest Odisha News

BREAKING NEWS

ବୁମରାହଙ୍କୁ ସବୁଜ ସଙ୍କେତ ଦେଲା ବିସିସିଆଇ ମେଡିକାଲ ଟିମ, ଏଥର ଖେଳିବେ ଆଇପିଏଲ

ମୁମ୍ବାଇ: ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ବିସିସିଆଇ ମେଡିକାଲ ଟିମ ଫିଟ ଘୋଷିତ କରିବା ସହ ଆଇପିଏଲ ଖେଳିବା ନେଇ ସବୁଜ ସଙ୍କେତ ଦେଇଛି । ବୁମରାହ ଖୁବ ଶୀଘ୍ର ମୁମ୍ବାଇ ଟିମ ସହିତ ଯୋଗ ଦେବେ । ରିପୋର୍ଟ ମୁତାବକ ଏପ୍ରିଲ ୭ରେ ହେବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚ ପୂର୍ବରୁ ଦଳ ସହିତ ଯୋଗ ଦେବେ । ତେବେ ସେ ଏହି ମ୍ୟାଚରେ ଖେଳିବା ସମ୍ଭାବନା କମ ରହିଛି । ଏପ୍ରିଲ ୧୩ରେ ହେବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ତାଙ୍କର ଖେଳିବା ସମ୍ଭାବନା ରହିଛି । ଚଳିତ ବର୍ଷ ଜାନୁୟାରୀରେ ବର୍ଡର-ଗାଭାସ୍କର ଟ୍ରଫି ଅବସରରେ ବୁମରାହ ଆଘାତପ୍ରାପ୍ତ ହୋଇଥିଲେ । ସେବେଠାରୁ ସେ କ୍ରିକେଟଠାରୁ ଦୂରରେ ରହିଛନ୍ତି ।

ଇଂଲଣ୍ଡ ବିପକ୍ଷ ସିରିଜରେ ମଧ୍ୟ ସେ ଖେଳି ନ ଥିଲେ । ଚଳିତ ଆଇପିଏଲରେ ବୁମରାହଙ୍କ ଅନୁପସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ସନ୍ତୋଷଜନକ ରହି ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ୪ଟି ମ୍ୟାଚରୁ ଗୋଟିଏ ବିଜୟ ହାସଲ କରିଛି । ବୁମରାହଙ୍କ ଅନୁପସ୍ଥିତିରେ ଦଳର ବୋଲିଂ ବିଭାଗ ଦୁର୍ବଳ ରହିଛି । ପୂର୍ବ ମ୍ୟାଚରେ ମୁମ୍ବାଇ ଟିମ ମ୍ୟାନେଜମେଂଟ ତିଳକ ବର୍ମାଙ୍କୁ ଶେଷ ଓଭର ପୂର୍ବରୁ ରିଟାୟର ହର୍ଟ ଘୋଷଣା କରିବା ଏବଂ ମ୍ୟାଚ ହାରିବା ଦଳର ରଣନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments are closed.