Latest Odisha News

୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ଛକା ଖାଇଲେ ବୁମରାହ

ମେଲବୋର୍ଣ୍ଣ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଏକ ନିଆରା ରେକର୍ଡ ଭାଙ୍ଗିଯାଇଛି । ଚଳିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ୪ର୍ଥ ମ୍ୟାଚରେ ବୁମରାହ ଛକା ଖାଇଛନ୍ତି । ଶୁଣିବାକୁ ଅବଶ୍ୟ ଏହା ଆଶ୍ଚର୍ଯ୍ୟ ଲାଗିପାରେ ମାତ୍ର ବୁମରାହ ୧୪୪୫ ଦିନ ଏବଂ ୪୪୮୩ ବଲ ବୋଲିଂ କରି ଟେଷ୍ଟ କ୍ରିକେଟରେ ଛକା ଖାଇ ନ ଥିଲେ । ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ସ୍ୟାମ କୋନ୍ସାଟସ ତାଙ୍କ ବୋଲିଂରେ ୨ଟି ଛକା ମାରିଥିଲେ । ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ବୁମରାହ ଛକା ଖାଇଛନ୍ତି । ୨୦୨୧ ପରେ ବୁମରାହଙ୍କୁ ସ୍ୟାମ ଏ ଭଳି ଛକା ମାରିବେ କେହି କେବେ ଭାବି ନ ଥିଲେ ।

ଏହା ପୂର୍ବରୁ ଜୋସ ବଟଲର ୨୦୧୮ରେ ବୁମରାହଙ୍କ ବିପକ୍ଷରେ ୨ଟି ଛକା ମାରିଥିଲେ । ତେବେ ମିଚେଲ ଷ୍ଟାର୍କ ୯୧୫.୫ ଓଭର ବୋଲିଂ କରିବା ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ଛକା ଖାଇ ନ ଥିଲେ । ସେ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ ତାଙ୍କୁ ଛକା ମାରି ନ ଥିଲେ । ଜେମ୍ସ ଆଣ୍ଡରସନ ୭୮୧.୨ ଓଭର ବୋଲିଂ କରି ଛକା ନ ଖାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ବୁମରାହ ତୃତୀୟ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.