Latest Odisha News

BREAKING NEWS

ମହାନ ଅଲରାଉଣ୍ଡର କପିଳ ଦେବ କହିଲେ ମୋ ଠାରୁ ୧୦୦୦ଗୁଣ ଭଲ ବୋଲିଂ କରୁଛନ୍ତି ବୁମରାହ

ନୂଆଦିଲ୍ଲୀ: ଭାରତକୁ ପ୍ରଥମ କ୍ରିକେଟ ବିଶ୍ୱକପ ସ୍ୱାଦ ଚଖାଇଥିବା ମହାନ ଅଲରାଉଣ୍ଡର କପିଳ ଦେବ ଗୁରୁବାର ଯଶପ୍ରୀତ ବୁମରାହଙ୍କ ବୋଲିଂକୁ ଭୂୟସୀ ପ୍ରଶଂସା କରିଛନ୍ତି । ଚଳିତ ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । ଏଥିରେ ବୁମରାହ ବୋଲିଂ ଦଳର ବିଜୟରେ ମୂଖ୍ୟ କାରଣ ସାଜିଛି । ଏବେ କପିଳଦେବଙ୍କ ପ୍ରଶଂସା ନିଶ୍ଚିତ ଭାବେ ବୁମରାହଙ୍କ ମନୋବଳ ବଢ଼ାଇଥିବ ବୋଲି ଆଶା କରାଯାଉଛି । ୩ଟି ଯାକ ଫର୍ମାଟରେ ବୁମରାହଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ସେ ୩୬ ଟେଷ୍ଟରେ ୧୫୯, ୮୯ ଦିନିକିଆରେ ୧୪୯ ଓ ୬୮ ଟି୨୦ରେ ୮୫ ୱିକେଟ ଅକ୍ତିଆର କରିଛନ୍ତି ।

କପିଳ ଦେବ ଟେଷ୍ଟ କ୍ରିକେଟରେ ୪୩୪ ୱିକେଟ ନେଇଥିବା ବେଳେ ୨୫୩ ଦିନିକିଆ ୱିକେଟ ମଧ୍ୟ ନେଇଛନ୍ତି । କପିଳଦେବଙ୍କ ନେତୃତ୍ୱରେ ଭାରତ ୧୯୮୩ରେ ବିଶ୍ୱକପ ବିଜୟୀ ହୋଇଥିଲା । ବୁମରାହ ଚଳିତ ଟି୨୦ ବିଶ୍ୱକପରେ ୬ ମ୍ୟାଚରେ ୧୧ ୱିକେଟ ନେଇଛନ୍ତି । କପିଳଙ୍କ ମତରେ ବର୍ତମାନ ଟିମ ଇଣ୍ଡିଆରେ ଦକ୍ଷତା ସମ୍ପନ୍ନ ଖେଳାଳି ରହିଛନ୍ତି । ଫର୍ମ ଏବଂ ଫିଟନେସ ପ୍ରତି ସେମାନେ ବିଶେଷ ଧ୍ୟାନ ଦେଉଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.