Latest Odisha News

BREAKING NEWS

ବୁମରାହ ଏସିଆ କପ ଅଧାରୁ ମୁମ୍ବାଇ ଫେରିଲେ

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଚଳିତ ଏସିଆ କପ କ୍ରିକେଟ ଅଧାରୁ ମୁମ୍ବାଇ ଫେରିଛନ୍ତି । ସେ ନେପାଳ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ । ବ୍ୟକ୍ତିଗତ କାରଣ ଯୋଗୁ ସେ ମୁମ୍ବାଇ ଯାଇଥିବା କୁହାଯାଇଛି । ବୁମରାହ ସୁପର୪ ବେଳକୁ ପୁନର୍ବାର ଟିମ ସହିତ ଯୋଗ ଦେବେ । ସୁପର୪ର ପ୍ରଥମ ମୁକାବିଲା ସେପ୍ଟମ୍ବର ୧୦ରେ କାଣ୍ଡିରେ ହେବ । ଏହି ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ନେପାଳକୁ ଭାରତ ପରାସ୍ତ କରିବାକୁ ପଡିବ । ବର୍ଷା ଯୋଗୁ ଯଦି ମ୍ୟାଚ ବାତିଲ ହୋଇଯାଏ ତେବେ ମଧ୍ୟ ଭାରତ ସୁପର ୪ରେ ପ୍ରବେଶ କରିବ ।

୧୩ ମାସ ପରେ ବୁମରାହ ଦିନିକିଆ ମ୍ୟାଚ ଖେଳିଥିଲେ ମଧ୍ୟ ବର୍ଷା ଯୋଗୁ ବୋଲିଂ କରିପାରି ନ ଥିଲେ । ପାକିସ୍ତାନ ବିପକ୍ଷ ମୁକାବିଲା ବର୍ଷା ଯୋଗୁ ବାcତିଲ ହୋଇଯାଇଛି । ଭାରତ ୨୬୭ ରନର ଟାର୍ଗେଟ ରଖିଥିଲେ ମଧ୍ୟ ବର୍ଷା ଯୋଗୁ ପାକିସ୍ତାନ ବ୍ୟାଟିଂ କରିପାରି ନ ଥିଲା । ବୁମରାହ ବଦଳରେ ମହମ୍ମଦ ସାମିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବା ସମ୍ଭାବନା ରହିଛି ।

Leave A Reply

Your email address will not be published.