Latest Odisha News

BREAKING NEWS

ଆକ୍ରମଙ୍କ ରେକର୍ଡ ଭାଙ୍ଗିବେ ବୁମରାହ

ମାଂଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମାଂଚେଷ୍ଟରରେ ଜୁଲାଇ ୨୩ରୁ ଖେଳାଯିବ । ଏହି ମ୍ୟାଚରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ବୁମରାହ ଏହି ମ୍ୟାଚରେ ଖେଳିଲେ ତାଙ୍କ ନିକଟରେ ପାକିସ୍ତାନର ୱାସିମ ଆକ୍ରମଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି । ସେନା ଦେଶ ବିପକ୍ଷରେ ବୁମରାହ ଏ ପର୍ଯ୍ୟନ୍ତ ୧୧ ଥର ୫ ୱିକେଟ ସଫଳତା ହାସଲ କରିଛନ୍ତି । ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଦେଶକୁ ସେନା ଦେଶ କୁହାଯାଏ । ୱାସିମ ଆକ୍ରମ ମଧ୍ୟ ୩୨ ଟେଷ୍ଟରେ ୧୧ ଥର ୫ ୱିକେଟ ସଫଳତା ହାସଲ କରିଛନ୍ତି ।

ବୁମରାହ ଆଉ ଥରେ ଯଦି ଏହି ସଫଳତା ହାତେଇବେ ତେବେ ଆକ୍ରମଙ୍କୁ ପଛରେ ପକାଇ ଦେବେ । ଶ୍ରୀଲଙ୍କାର ମୁଥୟା ମୁରଲୀଧୀନ ୧୦ ଥର ୫ ୱିକେଟ ସଫଳତା ହାସଲ କରିଛନ୍ତି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ଭାରତ ଏହି ମ୍ୟାଚକୁ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ରହିଛିc । ବୁମରାହ ୩ଟି ମ୍ୟାଚ ଖେଳି ଜବରଦସ୍ତ ଫର୍ମରେ ରହିଛନ୍ତି । ଲୀଡ୍ସ ଓ ଲର୍ଡସ ଟେଷ୍ଟରେ ସେ ୫ ୱିକେଟ ସଫଳତା ହାସଲ କରିଛନ୍ତି ।

Comments are closed.