ଆଡିଲେଡ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ନିଜ ଦେଶର ଜାହୀର ଖାଁଙ୍କୁ ପଛରେ ପକାଇ ଦେଇଛନ୍ତି । ପେସ ବୋଲର ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ କପିଳ ଦେବଙ୍କ ନାମରେ ରହିଛି । ସେ ୧୯୮୩ରେ ୭୫ ଓ ୧୯୮୪ରେ ୭୪ ୱିକେଟ ହାସଲ କରିଥିଲେ । ତାଙ୍କ ପଛକୁ ଜାହୀର ଖାଁ ୫୧ ୱିକେଟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏବେ ବୁମରାହ ୫୨ ୱିକେଟ ନେଇ ଜାହୀରଙ୍କୁ ପଛରେ ପକାଇ ଦେଇଛନ୍ତି ।
ଓଭରାଲ ଏହି ରେକର୍ଡ ଡେନିସ ଲିଲିଙ୍କ ନାମରେ ରହିଛି । ସେ ୧୯୮୧ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୮୫ ୱିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକାର ଆଲାନ ଡୋନାଲ୍ଡ ୧୯୯୮ରେ ୮୦,ୱେଷ୍ଟଇଣ୍ଡିଜର ଜୋଏଲ ଗାର୍ଣ୍ଣର ୧୯୮୪ରେ ୭୯ ୱିକେଟ ନେଇଥିଲେ । ଆଡିଲେଡରେ ଚାଲିଥିବା ଦିବାରାତ୍ର ଟେଷ୍ଟରେ ଭାରତର ପ୍ରଥମ ଇନିଂସ ସ୍କୋର ୧୮୦ ରନ ଜବାବରେ ଅଷ୍ଟ୍ରେଲିଆ ୫ ୱିକେଟ ବିନିମୟରେ ୨୫୯ ରନ ସଂଗ୍ରହ କରିନେଇଛି ।
Comments are closed.