ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଲର୍ଡସରେ ଖେଳାଯାଉଛି । ଉଭୟ ଟିମ ମଧ୍ୟରେ ତୃତୀୟ ଦିବସ ସୁଦ୍ଧା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଛି । ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ବୁମରାହ ଇଂଲଣ୍ଡର ଜୋଫ୍ରା ଆର୍ଚ୍ଚରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଆର୍ଚ୍ଚର ଯେବେ ଆଘାତ ସମସ୍ୟାରେ ପଡିଲେ ସେ ସଙ୍ଗେ ସଙ୍ଗେ ମୋତେ ସବୁ କିଛି ଜଣାଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ଅବସରରେ ଆମେ ଭଲ ବନ୍ଧୁ ହୋଇ ଯାଇଥିଲୁ । ଦୀର୍ଘ ଦିନ ପରେ ସେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତନ କରିଥିବାରୁ ମୁଁ ବ୍ୟକ୍ତିଗତ ଭାବେ ଖୁସି ବୋଲି ବୁମରାହ କହିଛନ୍ତି ।
ଆର୍ଚ୍ଚର ପ୍ରତ୍ୟାବର୍ତନ ମ୍ୟାଚରେ ଯଶସ୍ୱୀ ଜୈସୱାଲଙ୍କୁ ଆଉଟ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ପାଖାପାଖି ୪ ବର୍ଷ ପରେ ସେ ଟେଷ୍ଟ କ୍ରିକେଟକୁ ଫେରିଛନ୍ତି । ଏହି ଅବସରରେ ବୁମରାହ ଟେଷ୍ଟ କ୍ରିକେଟରେ ତାଙ୍କ ପ୍ରଦର୍ଶନ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ମୋ ନିକଟରେ କ୍ରିକେଟ ଖେଳିବା ପାଇଁ ଅନେକ ଭୋକ ରହିଛି । ଗଣମାଧ୍ୟମ ମୋ ବିଷୟରେ କଣ କୁହେ ମୁଁ କେବେ ହେଲେ ଚିନ୍ତା କରେନି ବୋଲି ବୁମରାହ କହିଛନ୍ତି ।
Comments are closed.