ନୂଆଦିଲ୍ଲୀ: ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ଚୟନ କମିଟି ଆୟର୍ଲାଣ୍ଡ, ଇଂଲଣ୍ଡ ଓ ଏସିଆନ ଗେମ୍ସ ପାଇଁ ଦଳ ଘୋଷଣା କରାଯାଇଛି । ଏଥିରେ ଅନେକ ବଡ ଧରଣର ପରିବର୍ତନ କରାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି । ଇଂଲଣ୍ଡ ଗସ୍ତରେ ବୁମରାହ ଓହରିବା ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜ୍ରେକର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ବୁମରାହ ଭାରତ ପକ୍ଷରୁ ଖେଳିବା ନେଇ ସିରିୟସ ନୁହନ୍ତି । ଏକଦା ସେ ଭାରତୀୟ ଟି୨୦ ଟିମ ଅଧିନାୟକ ଦୌଡରେ ଆଗରେ ଥିଲେ ।
ଏବେ ସେ ଧୀରେ ଧୀରେ ଏହାଠାରୁ ଦୂରେଇ ଯାଉଛନ୍ତି । ଚୟନ କମିଟି ମୂଖ୍ୟ ଅଜିତ ଅଗରକର ମଧ୍ୟ ତାଙ୍କୁ କେବଳ ଟେଷ୍ଟ ଫର୍ମାଟରେ ଉପଯୋଗ କରାଯିବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି । ଆଇପିଏଲରେ ସେ ୧୩ଟି ମ୍ୟାଚ ଖେଳି ୪ଟି ୱିକେଟ ଅକ୍ତିଆର କରିଛନ୍ତି । ପ୍ରଶଂସକମାନେ ଏଥିନେଇ ବେଶ ନିରାଶ ହୋଇଛନ୍ତି । ବାରମ୍ବାର ଆଘାତ ସମସ୍ୟା ତାଙ୍କ କ୍ୟାରିୟରକୁ ସୀମିତ କରିଦେଉଛୁ ବୋଲି ମଞ୍ଜ୍ରେକର କହିଛନ୍ତି ।