Latest Odisha News

ବୁମରାହଙ୍କ ୟର୍କରରେ ଈଶାନ ଆଘାତପ୍ରାପ୍ତ

ନୂଆଦିଲ୍ଲୀ: ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଟିମ ଇଣ୍ଡିଆ ଚଳିତ ଟି୨୦ ବିଶ୍ୱକପରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ତେବେ ଆଘାତ ଏବଂ ଅସୁସ୍ଥ ସମସ୍ୟା ଟିମ ଇଣ୍ଡିଆକୁ ଚିନ୍ତାରେ ପକାଇ ଦେଇଛି । ଅଭିଷେକ ଶର୍ମା ଅସୁସ୍ଥ ହେବା ପରେ ବୁଧବାର ଅଭ୍ୟାସ ସେଶନରେ ଯଶପ୍ରୀତ ବୁମରାହଙ୍କ ୟର୍କର ଈଶାନ କିଶାନଙ୍କ ପାଦରେ ବାଜିଛି । ସେ ଆଘାତପ୍ରାପ୍ତ ହୋଇଛନ୍ତି । ତାଙ୍କ ଆଘାତ ସମସ୍ୟା କେତେ ଗୁରୁତର ତାହା ସ୍ପଷ୍ଟ ହୋଇନି । ଯଦି ଏହା ଗୁରୁତର ହୋଇଥାଏ ତେବେ ଦୁଇ ଓପନର ନାମ୍ବିଆ ବିପକ୍ଷ ଖେଳିବା ନେଇ ସନ୍ଦେହ ରହିଛି ।

ଗୁରୁବାର ଏହି ମ୍ୟାଚ ଖେଳାଯିବ । ଈଶାନଙ୍କ ପାଦରେ ବଲ ବାଜିବା ପରେ ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଫିଜିଓ ଆସି ଅନୁଧ୍ୟାନ କରିବା ପରେ ଏହା ଏତେଟା ବିପଦ ନୁହେଁ ବୋଲି ଜଣାପଡିଛି । ଯଦି ଯନ୍ତ୍ରଣା ନ କମିବ ଈଶାନ ଖେଳି ନ ପାରନ୍ତି । ଉଭୟ ଫିଟ ନ ହେଲେ ଭାରତ ନିକଟରେ କେବଳ ଓପନର ଭାବେ ସଞ୍ଜୁ ସାମସନ ରହିଛନ୍ତି ।

Leave A Reply

Your email address will not be published.