Latest Odisha News

ବିଦେଶରେ ଶାହାରୁଖ୍‌ଙ୍କୁ ମିଳିଲା ଜନ୍ମଦିନର ଏହି ବିଶେଷ ଉପହାର

ନୂଆଦିଲ୍ଲୀ: ୨ ନଭେମ୍ବରରେ ବଲିଉଡର କିଙ୍ଗ ଖାନ ତଥା ଶାହାରୁଖ୍‌ ଖାନ ୫୬ ତମ ଜନ୍ମଦିନ ଥିଲା। ଏହି ଅବସରରେ ତାଙ୍କ ପ୍ରଶଂସକ, ବନ୍ଧୁ ଏବଂ ପରିବାରବର୍ଗ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବା ସହ ତାଙ୍କ ଜନ୍ମଦିନକୁ ବିଭିନ୍ନ ଉପାୟରେ ପାଳନ କରିଥିଲେ।

ଶାହାରୁଖଙ୍କ ଜନ୍ମଦିନ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ପାଳନ କରାଯାଇଥିଲା। ଶାହାରୁଖ ଖାନଙ୍କ ଜନ୍ମଦିନ ଅବସରରେ ଦୁବାଇର ବୁର୍ଜ ଖଲିଫା ମଧ୍ୟ ତାଙ୍କ ରଙ୍ଗରେ ଚିତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା। ଦୁନିଆର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା ଶାହାରୁଖ ଖାନଙ୍କ ନାମରେ ଆଲୋକିତ ହୋଇଥିଲା।

ଦୁବାଇର ପ୍ରଶଂସକମାନେ ସେମାନଙ୍କର ପ୍ରିୟ ହିରୋଙ୍କୁ ବୁର୍ଜ ଖଲିଫା ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ବିଶେଷ ଉତ୍ସବର ଏକ ବିଶେଷ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାମ୍ନାକୁ ଆସିଥିବା ବୁର୍ଜ ଖଲିଫାରେ ଶାହାରୁଖ୍‌ଙ୍କ ଏହି ଚିତ୍ରରେ ଶାହାରୁଖ ଖାନଙ୍କ ଫଟୋ ସହିତ ଉଇ ଲଭ୍‌ ୟୁ ଲେଖାଯାଇଥିବା ହୋଇଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.