Latest Odisha News

ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବଗି

ନୂଆଦିଲ୍ଲୀ: ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଉତ୍ତର ପ୍ରଦେଶର ଇଟାୱା ନିକଟରେ ଟ୍ରେନରେ ଲାଗିଲା ନିଆଁ। ନିଆଁ ଲାଗି ୩ଟି ବଗି ହୁତ୍‌ହୁତ୍‌ ଜଳୁଥିବା ସୂଚନା ମିଳିଥିବା ବେଳେ ଅଗ୍ନିକାଣ୍ଡରେ ଯାତ୍ରୀଙ୍କ କ୍ଷୟକ୍ଷତି ସଂପର୍କରେ ସୂଚନା ନାହିଁ।

ସୂଚନା ଅନୁସାରେ ନୂଆଦିଲ୍ଲୀରୁ ଦାରଭଙ୍ଗା ଅଭିମୁଖେ ଯାଉଥିବା ନୂଆଦିଲ୍ଲୀ-ଦାରଭଙ୍ଗା କ୍ଲୋନ ଏକ୍ସପ୍ରେସ ଟ୍ରେନ ନମ୍ବର ୦୨୫୭୦ ର ତିନୋଟି ବଗିରେ ଅଗ୍ନିକାଣ୍ଡ ଘଟିଛି। ଇଟାୱାର ସାରାଇ ଗୁପ୍ତ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଛଟ ପୂଜା ପର୍ବ ଯୋଗୁଁ ସମସ୍ତ ତିନୋଟି କୋଚରେ ଭର୍ତ୍ତି ଥିଲେ ଯାତ୍ରୀ। ଅଗ୍ନିକାଣ୍ଡ ଯୋଗୁଁ ୨୫୦ ଯାତ୍ରୀଙ୍କ ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ରହିଛି।

ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଫଲରେ ନିଆଁ ଅଧିକ ବ୍ୟାପିବା ବନ୍ଦ ହୋଇଗଲା।

Leave A Reply

Your email address will not be published.