Latest Odisha News

ରାସ୍ତାରେ ଛିଡ଼ା ହୋଇଥିବା ହାଇୱାକୁ ପିଟିଲା ବସ୍, ୨୦ ଯାତ୍ରୀ ଆହତ

ବଲାଙ୍ଗୀର: ରାସ୍ତାରେ ଛିଡ଼ା ହୋଇଥିବା ହାଇୱାକୁ ପିଟିଲା ବସ୍ । ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବଲାଙ୍ଗିର-ସୋନପୁର ଜାତୀୟ ରାଜପଥ-୫୭ର ଗଇଁତଳା ନିକଟରେ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ମାଲକାନଗିରି ଯାଉଥଲା ଦିଲଖୁସ ବସ।

ସୂଟନା ଅନୁସାରେ ଆଜି ସକାଳେ ଦିଲ୍‌ଖୁସ ନାମକ ବସ୍‌ ଭୁବନେଶ୍ୱରରୁ ଯାତ୍ରୀମାନଙ୍କୁ ନେଇ ମାଲକାନଗିରି ଅଭିମୁଖେ ଯାଉଥିଲା। ଏହି ସମୟରେ ଗଇଁତଲା ନିକଟରେ ଏକ ହାଇୱା ରାସ୍ତାକଡ଼ରେ ଠିଆ ହୋଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ହାଇୱା ପଛରେ ପିଟି ହୋଇଥିଲା।ଏଥିରେ ବସର ସାମ୍ନା ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଆହତ ମାନଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମଭୋଈ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାରେ କେହିବି ଗୁରୁତର ହୋଇନାହାଁନ୍ତି। ପରେ ଖବର ପାଇ ଗଇଁତଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.