ବାଲେଶ୍ୱର: ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବସ ମୁହାଁମିହିଁ ଧକ୍କା । ଉଭୟ ଗାଡିର ଡ୍ରାଇଭର ଗୁରୁତର । ସୋମାନଙ୍କୁ ମିଶାଇ ମୋଟ ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଟାମୁଳିଆ ଓଭର ବ୍ରିଜ ଉପରେ । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ‘ମନିସା’ ନାମକ ଏକ ଯାତ୍ରୀବାହୀ ବସ୍ ଆଜି ସକାଳେ ଯାଉଥିବା ବେଳେ ବୀପରିତ ଦିଗରୁ ଆସୁଥିଲା ଆଉ ଏକ ଯାତ୍ରୀବାହୀ ବସ୍ ‘ସାଇ ଅରବିନ୍ଦ’ । ଟାମୁଳିଆ ଓଭର ବ୍ରିଜ ଉପରେ ଉଭୟ ପରସ୍ପରକୁ ପିଟିଥିଲେ । ଦୁର୍ଘଟଣାରେ ‘ମନିସା’ ବସ୍ର ଡ୍ରାଇଭର ଗୁରୁତର ହୋଇ ପଡିଛନ୍ତି । ଦୁର୍ଘଟଣାରେ ଦୁଇଟି ବସ୍ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବ୍ରିଜ ଅଣ ଓସାରିଆ ହାେଇଥିବାବେଳେ ଏଥିରେ ଅନେକ ଗୁଡିଏ ଟର୍ଣ୍ଣିଂ ରହିଛି । ଯାହା ଫଳରେ ଗାଡି ଡ୍ରାଇଭରଙ୍କୁ ଦୂରରୁ ସାମ୍ନା ପଟ ଦେଖିବାରେ ଅସୁବିଧା ହେଉଛି । ଏହି କାରଣରୁ ହିଁ ଆଜି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ବସ୍ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡି ଜାମ ହୋଇଯାଇଥିଲା । ତେବେ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ହଟାଇବା ସହ ଭିଡ ନିୟନ୍ତ୍ରଣ କରିଛି ।
Comments are closed.