Latest Odisha News

ମାଲିରେ ମର୍ମନ୍ତୁଦ ଦୁର୍ଘଟଣା;  ୩୧ ମୃତ

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସମସ୍ତ ମୃତକ ପଶ୍ଚିମ ଆଫ୍ରିକା ଅଞ୍ଚଳ ମାଲିୟନର ବୋଲି ସୂଚନା ମିଳିଛି ।

ଗତକାଲି ଅପରାହ୍ନ ୫ ଟାରେ ମାଲିର ପଶ୍ଚିମ ସହର କେନିବା ନିକଟରେ ବସଟି ବ୍ରିଜ ତଳକୁ ଖସିପଡ଼ିଥିବା ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଫଳରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିଲା ।  ବସଟି ବୁର୍କିନା ଫାସୋକୁ ଯାଉଥିଲା ।

ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବସ୍ ଡ୍ରାଇଭର ନିଜ ନିୟନ୍ତ୍ରଣ ହରାଇ ଦେଇଥିଲେ । ଯେଉଁଥିପାଇଁ ବସ୍ ଦୁର୍ଘଟଣା ହୋଇଥିଲା ।

ସୂଚନାଯୋଗ୍ୟ, ଜାତିସଂଘର ୨୦୨୩ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱରେ ସଡ଼କ ଦୁର୍ଘଟଣା ଜଡ଼ିତ ମୃତ୍ୟୁର ଏକ ଚତୁର୍ଥାଂଶ ବା ୨୫ ଭାଗ କେବଳ ଆଫ୍ରିକାରେ ହେଉଛି । ଯେତେବେଳେ କି, ବିଶ୍ୱରେ ଯେତିକି ଯାନବାହନ  ଅଛି ତାର ମାତ୍ର ଦୁଇ ପ୍ରତିଶତ ଆଫ୍ରିକାରେ ରହିଛି ।

Comments are closed.