Latest Odisha News

୨୦୦ ଫୁଟ ତଳକୁ ଖସିଲା ବରଯାତ୍ରୀ ବସ୍, ୩୦ ମୃତ

ଡେରାଡୁନ୍: ଉତ୍ତରାଖଣ୍ଡରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ପୌଡୀ ଜିଲ୍ଲାର ଏକ ଗଭୀର ଖାଲକୁ ଖସିପଡିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ବିବାହ ପାଇଁ ବରଯାତ୍ରୀ ଗାଡି ହରିଦ୍ୱାରର ଲାଲଡହଙ୍ଗରୁ ପୌଡୀ ଜିଲ୍ଲାର ବିରୋନଖଲ ଗ୍ରାମକୁ ଯାଉଥିଲା। ରାତି ପ୍ରାୟ ୮ଟା ସମୟରେ କୌଣସି କାରଣବଶତଃ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡି ୨୦୦ ଫୁଟ୍ ଗଭୀର ଖାଲକୁ ଖସିପଡିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ୫୦ରୁ ୫୫ ଜଣ ବରଯାତ୍ରୀ ରହିଥିଲେ।କନ୍ଯା ଘରଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ତେବେ ଉତ୍ତରାଖଣ୍ଡ ପୋଲିସ ଏବଂ ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.