Latest Odisha News

ବୌଦ୍ଧରେ ବସ ଉପରେ ଲାଗିଲା ୭ ଲକ୍ଷ ଟଙ୍କାର ଜୋରିମାନା

ବୌଦ୍ଧ: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ ଅଭିଯୋଗରେ ବୌଦ୍ଧରେ ଏକ ବସ ଉପରେ ଲାଗିଛି ପ୍ରାୟ ୭ ଲକ୍ଷ ଟଙ୍କାର ଜୋରିମାନା ।

ମିଳିଥିବା ସୂଚନାନୁଯାୟୀ ୨୦୧୯ ନୂଆ ମୋଟର ଯାନ ଅଧିନିୟମରେ ସଂଶୋଧନ ହେବା ପରେ ସାରା ଦେଶରେ ଏଭଳି ନିୟମ ଲାଗୁ ହୋଇଛି । ବସଟି ବରଗଡରୁ ଖୁଣ୍ଟିଗୋରା ଆସୁଥିଲା ବୋଲି ଜଣାପଡିଛି ।

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରୁ ମିଳିଥିବା ସୂଚନାନୁଯାୟୀ ବସ ମାଲିକଙ୍କ ଉପରେ ୭ଟି ଟ୍ରାଫିକ୍ ନିୟମ ଉଲଘଂନ ବାବଦକୁ ପ୍ରାୟ ୭ ଲକ୍ଷରୁ ଅଧିକ ଜୋରିମାନା ଲଗାଯାଇଛି ।

ଆହୁରି ମଧ୍ୟ ବିନା ରେଜିଷ୍ଟ୍ରେସନରେ ଗାଡି ଚଳାଇବା ଅଭିଯୋଗରେ ୫ ହଜାର ଟଙ୍କା, ପ୍ରଦୂଷଣ ପାଇଁ ୧୦ ହଜାର ଟଙ୍କା ଏବଂ ବକେୟା ଟାକ୍ସ ବାବଦକୁ ୬ ଲକ୍ଷ ୭୪ ହଜାର ଟଙ୍କା ଜୋରିମାନା ହୋଇଥିବା ନେଇ ଆରଟିଓ ସୁତ୍ରରୁ ପ୍ରକାଶ ।

Comments are closed.