Latest Odisha News

BREAKING NEWS

ଲକ୍ଷ୍ମୀ ବସକୁ ନେଇ ରାସ୍ତାକୁ ଓହ୍ଲାଇବେ ଘରୋଇ ବସ ମାଲିକ ସଂଘ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଘରୋଇ ବସ୍ ମାଲିକମାନେ ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରି ଧର୍ମଘଟ ଘୋଷଣା କରିଛନ୍ତି।

ବସ୍ ମାଲିକ କହିଛନ୍ତି ଯେ, ଅକ୍ଟୋବର ୨୦୨୩ରେ ଏହି ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରାଯାଇଥିଲା। ପଞ୍ଚାୟତ ଏବଂ ବ୍ଲକ ମୁଖ୍ୟାଳୟ ମଧ୍ୟରେ ବସ୍ ଚଳାଚଳ କରିବାରେ ଆମର କୌଣସି ଅସୁବିଧା ହୋଇନଥିଲା। କିନ୍ତୁ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଏସି ବସ୍ ଚଳାଚଳ କରିବା ଆମ ଚିନ୍ତାର କାରଣ ପାଲଟିଛି।

ସେମାନେ ଆହୁରି ମଧ୍ଯ କହିଛନ୍ତି ଯେ, ସେମାନଙ୍କର ଋଣ, ଇଏମଆଇ ଏବଂ ଅନ୍ୟାନ୍ୟ ଦାୟିତ୍ବ କିଭଳି ସମ୍ଭାଳିବୁ। ଏଭଳି ପରିସ୍ଥିତିରେ ଆମେ ଦେବାଳିଆ ହୋଇଯିବୁ।

Comments are closed.