ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବସ୍ ଚାଲିବା ନେଇ ରବିବାର ଦିନ ସୂଚନା ମିଳିଥିଲା। ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଆଜି ବସ ଚାଲି ନଥିବା ଜଣାପଡିଛି ।
ରାଜ୍ୟରେ ଘରୋଇ ବସ୍ ଚଳାଚଳ ନେଇ ମାଲିକ ସଂଘ ଅଭିଯୋଗ କରିଛନ୍ତି । ବସ ମାଲିକ ସଙ୍ଘଙ୍କ ଅଭିଯୋଗ ଅନୁଯାୟୀ ସରକାର ଆଲୋଚନା ପାଇଁ ଏଯାବତ ସେମାନଙ୍କୁ ଡାକି ନାହାନ୍ତି। ଏହାଛଡ଼ା ଗାଡି ଚଳାଇବାକୁ ସେମାନେ ବର୍ତ୍ତମାନ ଅସମର୍ଥ। ଗାଡ଼ି ଠିକ୍ ନାହିଁ କି ଷ୍ଟାଫ୍ ମଧ୍ୟ ନାହାନ୍ତି ।
ଗାଡ଼ି , ସିଟ୍ କ୍ଷମତା ବାଦ୍ ଯଦି ରାସ୍ତାରେ ଯାତ୍ରୀ ଉଠିନ୍ତି ତେବେ ଏନେଇ କଣ ପଦକ୍ଷେପ ନିଆଯିବ ସେସବୁ ସମ୍ପର୍କରେ ଆଲୋଚନା କରିବାକୁ ସରକାର ସେମାନଙ୍କୁ ନେଇ ଏକ ବୈଠକ ଡାକିବାକୁ ବସ ମାଲିକ ସଙ୍ଘ ଦାବି କରିଛନ୍ତି ।
Comments are closed.