Latest Odisha News

BREAKING NEWS

ପୁରୀରେ ପୋଲିସ ଡିଜି ଅଭୟ, ସ୍ନାନପୂର୍ଣ୍ଣିମାରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା

ପୁରୀ: ପୁରୀ ରେ ପୁଲିସ୍ ଡିଜି ଅଭୟ। ରିଜର୍ଭ ପୋଲିସ କାର‌୍ୟ୍ୟାଳୟର ଜିଲ୍ଲା ପୋଲିସ ଅଫିସ କୁ ଯାଇ ସୁରକ୍ଷା ବଳର ସମୀକ୍ଷା କରିଛନ୍ତି । ପରେ ଡିପିଓରେ ଏକ ସ୍ୱତନ୍ତ୍ର ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ବିଶେଷ କରି ସ୍ନାନପୂର୍ଣ୍ନିମା ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ତାଙ୍କ ସହ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ, ଏସପି ଉମାଶଙ୍କର ଦାସ୍ ଉପସ୍ଥିତ ରହିଥିଲେ ।

ଜିଲ୍ଲାର ସମସ୍ତ ଥାନାର ସ୍ଥିତି ଓ କରୋନା ସଚେତନତା ଆଦିକୁ ନେଇ ସମୀକ୍ଷା କରିଛନ୍ତି । ପୁରୀ ଏସ୍ପି ଓ ଡିଆଇଜିଙ୍କ ସହ ସ୍ନାନ ପୂର୍ଣ୍ଣିମା କିଭଳି ହେବ ସେ ନେଇ ବୈଠକରେ ଆଲୋଚନା ହୋଇଛି । ସେପଟେ ଲକଡାଉନର ଚତୁର୍ଥ ପର‌୍ୟ୍ୟାୟ ମେ ୩୦ରେ ସରିବ ଓ ତାପରେ ଲକ ଡାଉନର ପଞ୍ଚମ ପର‌୍ୟୟ ଯଦି ଆସେ ତାର ନିୟମ କଣ ରହିଛି ତାକୁ ଦେଖିଲା ପରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.