Latest Odisha News

ଦୀର୍ଘ ୨ ମାସ ପରେ ରାଜ୍ୟରେ ଗଡ଼ିଲା ବସ୍

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଘରୋଇ ବସ୍ ସେବା । ଦୀର୍ଘ ୨ ମାସ ପରେ ରାଜ୍ୟରେ ଗଡ଼ିଛି ବସ୍ ।

ଭୁବନେଶ୍ୱର ବରମୁଣ୍ଡା ଷ୍ଟେସନରୁ ବୌଦ୍ଧ ଜିଲ୍ଲା ଅଭିମୁଖେ ଗଡ଼ିଛି ପ୍ରଥମ ବସ୍। ୧୫ ଜଣ ଯାତ୍ରୀଙ୍କୁ ନେଇ ଏହି ବସ୍ ଯାତ୍ରା କରିଥିବା ସୂଚନା ।

ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନେକ ସ୍ଥାନରେ ସ୍ୱାଭାବିକ ହୋଇ ପାରିନାହିଁ ବସ ଚଳାଚଳ।

କଟକ ବାଦାମବାଡ଼ିରେ ଯାତ୍ରୀମାନେ ବସ କୁ ଅପେକ୍ଷା କରିଥିବା ବେଳେ ଏଠାରେ ବସ ନଥିବା ଜଣାପଡ଼ିଛି । ସେହିପରି ଭଦ୍ରକରେ କମ୍ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବାହାରିଛି ବସ୍। ଅନ୍ୟପଟେ ବାଲେଶ୍ୱର ବସ୍ ଷ୍ଟାଣ୍ଡରେ ଯାତ୍ରୀ ନଥିବାରୁ ସେଠାରେ ଗାଡି ନାହିଁ ବସ୍।

ଆଜିଠାରୁ ରାଜ୍ୟରେ ବସ୍ ସେବା ପୁଣି ଥରେ ଆରମ୍ଭ ହୋଇଥିବା ବେଳେ ବସ୍ କୁ ସାନିଟାଇଜ କରାଯାଇଥିବା ବେଳେ ସମସ୍ତ ଯାତ୍ରୀ ବସ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Comments are closed.