Latest Odisha News

ଆଜିଠୁ ବସ ଧର୍ମଘଟ: ଲୋକଙ୍କ ସ୍ୱାର୍ଥ ପାଇଁ ଧର୍ମଘଟରୁ ଓହରି ଆଲୋଚନା କରିବାକୁ ଆହ୍ୱାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର:ଆଜିଠୁ ବସ୍ ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ଯାଏ ଗଡିବନି ବସ । ଗତକାଲି ସରକାରଙ୍କ ସହ ଘରୋଇ ବସ ମାଲିକ ସଂଘର ବୈଠକ ବସିଥିଲା । ହେଲେ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା । ଫଳରେ ଆଜି ରାଜ୍ୟରେ ୧୪ ହଜାର ବସ ଚଳାଚଳ ବନ୍ଦ ରହିବ ବୋଲି ନିଷ୍ପତ୍ତି ନେଇଥିଲା ଘରୋଇ ବସ ମାଲିକ ସଂଘ ।

BjdElectrycity

ଅନ୍ୟପଟ ଧର୍ମଘଟରୁ ଓହରିବାକୁ ଘରୋଇ ବସ ମାଲିକ ସଂଘକୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପାର୍ବଣରେ ବସ ଚଳାଚଳ ବନ୍ଦ ରହିଲେ ଲୋକେ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି  ଧର୍ମଘଟରୁ ଓହରିଯିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ଅନ୍ୟପକ୍ଷେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ କହିଛନ୍ତି ।

ଏପଟେ ମନ୍ତ୍ରୀଙ୍କ ଜବାବର ଉତ୍ତର ରଖି ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ୬ ମାସ ହେଲା ସଂଘ ସହ ମନ୍ତ୍ରୀ ଆଲୋଚନା କରିନାହାନ୍ତି । କେବଳ ପରିବହନ କମିସନର୍ ଆଲୋଚନା କରୁଥିଲେ । ସରକାର ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେଲେ ସଂଘ ଧର୍ମଘଟରୁ ଓହରିଯିବ ବୋଲି ସେ କହିଛନ୍ତି ।

ସୂଚନାଥାଉ କି, ସରକାରଙ୍କ ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳକୁ ଘରୋଇ ବସ ମାଲିକ ସଂଘ ବିରୋଧ କରି ଆସୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡିଲେ ଘରୋଇ ମାଲିକ କ୍ଷତିରେ ପଡିବେ । ତେଣୁ ଏହାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଧର୍ମଘଟ ଡାକରା ଦେଇଛି ।

Leave A Reply

Your email address will not be published.