Latest Odisha News

ବାଲେଶ୍ୱରରେ ଓଲଟିଲା ବସ୍‌; ପ୍ରବାସୀ ଶ୍ରମିକ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ୧୬ ନଂ ଜାତୀୟ ରାଜପଥ ନିକଟ ମଙ୍ଗଳପୁର ଠାରେ ପ୍ରବାସୀ ଶ୍ରମିକଙ୍କୁ ଧରି ଯାତ୍ରା କରୁଥିବା ଏକ ବସ ଦୁର୍ଘଟଣାଗସ୍ତ ହେବା ଫଳରେ ପ୍ରାୟ ୮ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ବସଟି ପ୍ରାୟ ୪୦ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ କେରଳରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା । ଏହି ସମୟରେ ୧୬ ନଂ ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ରାସ୍ତାରେ ବସଟି ଯାଉଥିବା ବେଳେ କୌଣସି କାରଣବଶତଃ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ।

ତେବେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.