Latest Odisha News

BREAKING NEWS

ଏଇ ଗାଁରେ ମିଳୁଛି ପ୍ଲାଷ୍ଟିକ ବଦଳରେ ସୁନା

ଶ୍ରୀନଗର: ହୁ ହୁ ବଢୁଛି ସୁନାଦର । ୬୦ ହଜାର ଛୁଇଁବା ପରେ ସୁନା କିଣିବା ସାଧାରଣ ବର୍ଗଙ୍କ ପାଇଁ ସ୍ୱପ୍ନ ହୋଇପଡିଛି । ହେଲେ ସୁନା କିଣିବାର ଥିଲେ ଏଇ ଗାଁକୁ ଆସିପାରନ୍ତି । କାରଣ ଏଠି ସହଜରେ ପାଇବେ ସୁନା  ।  ସୁନା  କିଣିବା ପାଇଁ ଆପଣଙ୍କୁ ୬୦ ହଜାର ନୁହେଁ ଦେବାକୁ ପଡିବ ପ୍ଲାଷ୍ଟିକ । ହଁ, କଥାଟା ମିଛ ନୁହେଁ । ଆମ ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ଲାଷ୍ଟିକ ବଦଳରେ ମିଳିଥାଏ ସୁନା । ଏହି ଗାଁଟି ରହିଛି ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ।

ଏଇ ଗାଁରେ ଆବର୍ଜନା ପ୍ଲାଷ୍ଟିକ ବଦଳରେ ମିଳୁଛି ସୁନା । ସବୁଠାରୁ ମଜା କଥା ହେଉଛି, ଯେମିତି ପ୍ଲାଷ୍ଟିକ ବଦଳରେ ସୁନା ମିଳିବ ବୋଲି ଘୋଷଣା କରାଯାଇଛି ଏହାର କିଛି ସମୟ ପରେ ଏହି ଅଞ୍ଚଳରୁ ସବୁ ଆବର୍ଜନା ସଫା ହୋଇ ଯାଇଛି ।

ମିଡିଆ ରିପୋର୍ଟ ଅନୁସାରେ, ଏହି ଗାଁର ନାଁ ସାଦିବାରା । କିଛି ସମୟ ପୂର୍ବରୁ ଏହି ଗ୍ରାମର ସରପଞ୍ଚ  ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ଏମିତି ଏକ ଚମକାଇ ଦେଲା ପରି ଘୋଷଣା କରିଦେଲେ ।ଏହି ଗାଁର ସରପଞ୍ଚ ଫାରୁକ ଅହମଦ ଗନଈ ଗାଁକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏପରି ଘୋଷଣା  କରିଛନ୍ତି ।

ସରପଞ୍ଚ ଫାରୁକ ଅହମ୍ମଦ ଗାଁକୁ ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ କାରିବାକୁ ଚାହୁଁଥିଲେ । ଏଥିପାଇଁ ଦୀର୍ଘଦିନରୁ ଦାବି କରି ଆସୁଥିଲେ । ହେଲେ ତାଙ୍କୁ ଏଥିରେ ସଫଳତା ମିଳି  ନ ଥିଲା । ହେଲେ ଏଥରର ଚେଷ୍ଟା ତାଙ୍କୁ ସଫଳତା ଆଣି ଦେଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ସରପଞ୍ଚ ପ୍ରଥମେ ପ୍ଲାଷ୍ଟିକ ଦିଅ, ସୁନା ନିଅ’ ଯୋଜନା ଆରମ୍ଭ  କଲେ । ଏହି ଯୋଜନା ଅନୁଯାୟୀ, ଯଦି କେହି ୨୦ କୁଇଣ୍ଟାଲ ଅବ୍ୟବହୃତ ପ୍ଲାଷ୍ଟିକ ଦେବ ତେବେ ପଞ୍ଚାୟତ ପକ୍ଷରୁ ତାକୁ ସୁନାର ଟଙ୍କା ଦିଆଯିବ  । ସବୁଠାରୁ ମଜା କଥା ହେଉଛି, ଏହି ଘୋଷଣାର ୧୫ ଦିନ ପରେ ଉକ୍ତ ଗାଁ ପ୍ଲାଷ୍ଟିକ ମୁକ୍ତ ଗାଁ ଭାବେ ଘୋଷଣା କରାଗଲା । ଯାହା ବି ହେଉ, ସରପଞ୍ଚଙ୍କର ଏପରି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହାକୁ ଦେଖି ଆଖପାଖ ପଞ୍ଚାୟତର ଲୋକେ ବି ଏପରି ଉପାୟ ଆପଣାଉଛନ୍ତି       ।

Comments are closed.