Latest Odisha News

BREAKING NEWS

ଟ୍ରମ୍ପଙ୍କ ମୁହଁ ଆକୃତିର ଡାଇମଣ୍ଡର ପ୍ରତିମୂର୍ତ୍ତି, ୪.୫ କ୍ୟାରେଟ୍‌ ହୀରାରେ ତିଆରି 

ସୁରଟ: ଗୁଜୁରାଟର ଜଣେ ହୀରା ବ୍ୟବସାୟୀ ୬୦ ଦିନର କଠିନ ପରିଶ୍ରମ ପରେ ଏକ ସୁନ୍ଦର ହୀରାର ପ୍ରତିମା ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ମୁହଁର ଚିତ୍ର ରହିଛି। ୫ ଜଣ କୁଶଳୀ କାରିଗର ନିଜର ଚମତ୍କାରିତା ଏଥିରେ ଦେଖାଇପାରିଛନ୍ତି।

ସୂଚନା ଅନୁଯାୟୀ, ଗୁଜରାଟର ହୀରା ବ୍ୟବସାୟୀ ମୁକେଶ ପଟେଲ ଏବଂ ସ୍ମିତ ପଟେଲଙ୍କ କମ୍ପାନୀ ଏହି ହୀରା ପ୍ରସ୍ତୁତ କରିଛି। ଏହି ହୀରା ଏକ ଲ୍ୟାବ ଗ୍ରୀନ ଡାଇମଣ୍ଡ ଅଟେ। ଯେଉଁଥିରେ ଡୋନାଲ୍ଡ ଟ୍ରମ୍ପଙ୍କ ମୁହଁର ଚିତ୍ର ତିଆରି କରାଯାଇଛି।

ଏହି ହୀରାଟିର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧୦ ହଜାର ଆମେରିକୀୟ ଡଲାର ବୋଲି କୁହାଯାଉଛି। ସେହିପରି ଭାରତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୮.୫ ଲକ୍ଷ ଟଙ୍କା ହେବ। ଏହି ଲ୍ୟାବ୍ ଗ୍ରୀନ୍ ଡାଇମଣ୍ଡ ଉପରେ ଅତି ସୁକ୍ଷ୍ମ କାରୁକାର୍ଯ୍ୟ କରାଯାଇ ଟ୍ରମ୍ପଙ୍କ ମୁହଁ ଦିଆଯାଇଛି। ୪.୫ କ୍ୟାରେଟ୍‌ ହୀରାରେ ତିଆରି ଏହି କଳାକୃତି, ସମସ୍ତଙ୍କୁ ଚକିତ କରୁଛି।

ତେବେ ଏହି ହୀରାଟିର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଅପରପକ୍ଷରେ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇଛନ୍ତି।

 

Comments are closed.