Latest Odisha News

BREAKING NEWS

ପ୍ରେମ ପାଇଁ ପରିତ୍ୟାଗ କଲେ ୨୫୦୦ କୋଟି ଟଙ୍କାର ସମ୍ପତ୍ତି

ଜାକାର୍ତା: ପ୍ରେମକୁ କେହି କିଣି ପାରିବେ ନାହିଁ କିମ୍ବା ବିକ୍ରି କରିପାରିବେ ନାହିଁ । ଏହା ଅମୂଲ୍ୟ । ହଁ ଏହାର ମାନେ ଯେଉଁମାନେ ବୁଝିଛନ୍ତି । ଏ ଭଳି ଏକ ଦୃଷ୍ଟାନ୍ତମୂଳକ ପ୍ରେମ ଖବର ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ପ୍ରେମିକକୁ ପାଇବା ପାଇଁ ଜଣେ ପ୍ରେମିକା ୨୫୦୦ କୋଟି ଟଙ୍କାର ସମ୍ପତି ଆଡେଇ ଦେଲେ । ପୂର୍ବ ମିସ ମାଲେସିଆ ପଲିନା ଚୟ ଜଣାଶୁଣା ବ୍ୟବସାୟୀ ଖୁକେ ପେଙ୍ଗଙ୍କ ଝିଅ ଆଞ୍ଜେଲିନା ଫ୍ରାନ୍ସିସ ୨୫୦୦ କୋଟି ଟଙ୍କାର ସମ୍ପତି ଛାଡି ନିଜ ପ୍ରେମୀଙ୍କୁ ବିବାହ କରିଥିଲେ । ଆଞ୍ଜେଲିନାଙ୍କ ପ୍ରେମିକଙ୍କ ନାମ ଜୋଦିଆ ଫ୍ରାନ୍ସିସ । ତାଙ୍କ ପରିବାର ଲୋକ ଜୋଦିଆଙ୍କ ସହ ତାଙ୍କ ବିବାହ ନେଇ ରାଜି ହୋଇ ନ ଥିଲେ । ଏପରିକି ବିବାହ କଲେ ସମସ୍ତ ସମ୍ପତିରୁ ତାଙ୍କୁ ବାଦ ଦିଆଯିବ ବୋଲି ଧମକ ଦେଇଥିଲେ । ତାଙ୍କ ପିତା ଖୁ କୋରେସ ହୋଟେଲର ଡାଇରେକ୍ଟର ।

ମାତ୍ର ଶେଷରେ ପ୍ରେମରେ ବିଜୟ ହୋଇଥିଲା । ଅକ୍ସଫୋର୍ଡ ୟୁନିଭରସିଟିରେ ପଢ଼ିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରେମୀଯୁଗଳ ବିବାହ କରିବାର କିଛି ଦିନ ପରେ ଆଞ୍ଜେଲିନାଙ୍କ ପିତାମାତାଙ୍କ ବିବାହ ବିଚ୍ଛେଦ ଘଟିଥିଲା । ସୂଚନାଯୋଗ୍ୟ, ୨୦୨୧ରେ ଜାପାନର ରାଜକୁମାରୀ ମାକୋ ମଧ୍ୟ ତାଙ୍କ ପ୍ରେମିକଙ୍କୁ ବିବାହ କରିବା ପାଇଁ ସମସ୍ତ ସମ୍ପତି ପରିତ୍ୟାଗ କରିଥିଲେ ।

Leave A Reply

Your email address will not be published.