Latest Odisha News

ବଟର ଚିକେନ ବିବାଦରେ ପାକିସ୍ତାନର ଏଂଟ୍ରି

ନୂଆଦିଲ୍ଲୀ: ବଟର ଚିକେନ ବିବାଦରେ ଏବେ ପାକିସ୍ତାନର ଏଂଟ୍ରି ହୋଇଛି । ପୂର୍ବରୁ ଦିଲ୍ଲୀର ଦରିୟାଗଞ୍ଜ ଓ ମୋତିମହଲ ଏହି ବ୍ୟଞ୍ଜନ ସେମାନଙ୍କ ବୋଲି ଦାବୀ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏବେ ବି କେସ ବିଚାରଧୀନ ରହିଛି । ପାକିସ୍ତାନ ପେଶାୱରର ଏକ ହୋଟେଲ ଏବେ ଏହି ବିବାଦ ଭିତରେ ପ୍ରବେଶ କରିଛି । ବଟର ଚିକେନ ପାକିସ୍ତାନରୁ ଆସିଛି । ଦେଶ ବିଭାଜିତ ହେବା ପରେ ଏହା ଭାରତକୁ ଯାଇଛି ବୋଲି ଦାବୀ କରାଯାଇଛି । ୧୯୨୦ରେ ପେଶାୱରରେ ଏହି ବ୍ୟଞ୍ଜନ ଲୋକପ୍ରିୟ ହୋଇଥିଲା ।

ସେତେବେଳେ କୁନ୍ଦନ ଲାଲ ଗୁଜcରାଲ ମୋତି ମହଲ ନାମକ ହୋଟେଲରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଦେଶ ବିଭାଜନ ପରେ କୁନ୍ଦନ ଲାଲ ଦିଲ୍ଲୀରେ ମଧ୍ୟ ଏହି ନାମରେ ହୋଟେଲ ଖୋଲିଥିଲେ । କେବଳ ବଟର ଚିକେନ ନୁହେଁ ଏହି ହୋଟେଲର ପନୀର ମଖନୀ, ତନ୍ଦୁର ଚିକେନ ଓ ଦାଲ ମଖନୀ ପରି ଡିଶ ମଧ୍ୟ ପ୍ରସ୍ତୁତ କରିଥିବା ଦାବୀ କରିଛନ୍ତି ।

Comments are closed.