Latest Odisha News

BREAKING NEWS

କୋହଲିଙ୍କ ରେକର୍ଡ ଭାଙ୍ଗିଲେ, ରୋହିତଙ୍କ ସହ ସମକକ୍ଷ ହେଲେ ଇଂଲଣ୍ଡର ଏହି ବ୍ୟାଟ୍ସମ୍ୟାନ

ଲଣ୍ଡନ: ଇଂଲଣ୍ଡର ଜୋସ ବଟଲର ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଏକ ରେକର୍ଡ ଭଙ୍ଗ କରିବା ସହ ରୋହିତ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ବଟଲର ଏହି ମ୍ୟାଚରେ ୯୬ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଏଥିସହ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ଆନ୍ତର୍ଜାତୀୟ ଟି୨୦ ରନ ସଂଗ୍ରହ କରିବାରେ ସେ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । କୋହଲି ୫୭୦ ରନ କରିଥିବା ବେଳେ ବଟଲର ୬୧୧ ରନ ସଂଗ୍ରହ କରି ନେଇଛନ୍ତି । ଏହି ତାଲିକାରେ ରୋହିତ ଶର୍ମା ୬୯୩ ରନ କରି ପ୍ରଥମ ସ୍ଥାନରେ ରହିଛନ୍ତି ।

ବଟଲର ତାଙ୍କର ଏହି ଇନିଂସ ବଳରେ ଆନ୍ତର୍ଜାତୀୟ ଟି୨୦ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ଅର୍ଦ୍ଧଶତକୀୟ ଇନିଂସ ଖେଳିବାରେ ରୋହିତ ଓ ବାବର ଆଜାମଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ରୋହିତ ଓ ବାବର ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ ଲେଖାଏଁ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ତାଲିକାରେ ଡେଭିଡ ୱାର୍ଣ୍ଣର ୭ ଅର୍ଦ୍ଧଶତକ ସcହ ଶୀର୍ଷରେ ଅଛନ୍ତି । ପ୍ରଥମ ଟି୨୦ରେ ଇଂଲଣ୍ଡ ୨୧ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ।

Comments are closed.