Latest Odisha News

BREAKING NEWS

କରନ୍ତୁ ଏଲଆଇସିର ଏହି ବୀମା , ପାଆନ୍ତୁ ମାସିକ ୩୬ ହଜାର ଟଙ୍କା

ପ୍ରାଇଭେଟ ଚାକିରି । ପେନସନ୍ ନାହିଁ । ସେଥିପାଇଁ ଚିନ୍ତା କରୁଛନ୍ତି କି ? ଆପଣଙ୍କର ଏହି ଚିନ୍ତା ଦୂର କରିଦେବ ଏଲଆଇସି । ଏଲଆଇସି ଆଣିଥିବା ଏହି ପଲିସି କଲେ ଆପଣ ମାସକୁ ପାଇ ପାରିବେ ୩୬ ହଜାର ଟଙ୍କା । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କ’ଣ ଏଇ ପଲିସି ? କେତେ ଟଙ୍କା ଏଥିପାଇଁ ଇନଭେଷ୍ଟ କରିବାକୁ ପଡ଼ିବ ?

ଏଇ ପଲିସିର ନାଁ ହେଉଛି  Jeevan Akshay Policy । ଏହି ପଲିସି ପୂର୍ବରୁ କାର୍ଯ୍ୟକାରୀ ହେଉଥିଲେ ହେଁ ମଝିରେ ଏହାକୁ ବନ୍ଦ କରି ଦେଇଥିଲା  କମ୍ପାନୀ । ହେଲେ ଏବେ ଏହାକୁ ପୁନଃ ଆରମ୍ଭ କରିଛି । ଏହି ପଲିସିର ଆଉ  ଭଲ ଦିଗ ହେଲା ଇନଭେଷ୍ଟରଙ୍କୁ ମାତ୍ର ଥରେ ଟଙ୍କା ଡିପୋଜିଟ କରିବାକୁ ପଡ଼ିବ । ଏହି ପଲିସି ମାଧ୍ୟମରେ  ଥରେ ଟଙ୍କା ଜମା କରି ଜୀବନ ସାରା ଲାଭ ପାଇବାର ସୁଯୋଗ ଆଣିଛି କମ୍ପାନୀ । ଏଠି ସ୍ପଷ୍ଟ କରିଦେବାକୁ ଚାହିଁବୁ, ଏହି ପଲିସି ସମ୍ପୂର୍ଣ୍ଣ ବ୍ୟକ୍ତିଗତ, ସିଙ୍ଗଲ ପ୍ରିମିୟମ, ନନ ଲିଙ୍କଡ ବାର୍ଷିକ ଯୋଜନା ।

ମାସିକ ୩୬ ହଜାର ଟଙ୍କା ପାଇବାକୁ ହେଲେ ଆପଣଙ୍କୁ ବାର୍ଷିକ ଦେୟ ବିକଳ୍ପ ବାଛିବାକୁ ପଡ଼ିବ । ଏହି ଯୋଜନା ଅନୁସାରେ ଆପଣଙ୍କୁ ପେନସନ ଆକାରରେ ମାସିକ ଟଙ୍କା ମିଳିବ । ଯଦି ଆପଣଙ୍କ ବୟସ ୪୫ରୁ ଅଧିକ ଏବଂ ଆପଣ ଏହି ଯୋଜନା କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୭୦ ଲକ୍ଷର ପ୍ରିମିୟମ ଦେବାକୁ ପଡ଼ିବ । ଏହି ପ୍ରିମିୟମ ଦେବା ପରେ ଆପଣଙ୍କୁ ମାସିକ ୩୬ ହଜାର ୪୨୯ ଟଙ୍କା  ମିଳିବ । ତେବେ ମୃତ୍ୟୁ ପରେ ଏହି ପେନସନ ବନ୍ଦ ହୋଇଯିବ ।

୩୫ରୁ ୮୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏଲଆଇସି ଏହି ପଲିସି ଆଣିଛି । ଭିନ୍ନକ୍ଷମ ବ୍ୟକ୍ତିମାନେ ବି ଏହି ପଲିସିରୁ ଲାଭ ଉଠାଇ ପାରିବେ । ଏହି ପଲିସିରୁ ଲାଭ ଉଠାଇବା ଲାଗି  ଆପଣଙ୍କ ସାମ୍ନାରେ ୧୦ଟି ବିକଳ୍ପ ରହିଛି । ଏହି ଯୋଜନାରେ ସବର୍ନିମ୍ନ ଦେୟ ୧ ଲକ୍ଷ ଟଙ୍କା ରହିଛି । ତେବେ ସର୍ବାଧିକ ଦେୟ ଅସୀମିତ ରଖାଯାଇଛି । ୧ ଲକ୍ଷ ପ୍ରିମିୟମ ପାଇଁ ଆପଣଙ୍କୁ ବାର୍ଷିକ ୧୨ ହଜାର ହଜାର ଟଙ୍କା ପେନସନ ମିଳିବ ।

 

 

Comments are closed.