ୱାୟନାଡ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ସହ ୧୫ଟି ରାଜ୍ୟର ୪୬ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ଭୋଟିଂ ଗଣତି ଚାଲିଛି। ପ୍ରିୟଙ୍କା ଗାନ୍ଧୀ ୩.୫ ଲକ୍ଷରୁ ଅଧିକ ଭୋଟରେ ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଗରେ ରହିଛନ୍ତି। ଏଠାରେ ସିପିଆଇର ସତ୍ୟନ ମୋକେରୀ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପିର ନବ୍ୟା ହରିଦାସ ତୃତୀୟ ସ୍ଥାନରେ ଅଛନ୍ତି।
ସେହିପରି ମଧ୍ୟପ୍ରଦେଶର ବୁଦ୍ଧନି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ରାମକାନ୍ତ ଭାର୍ଗବ ୧୮୦୦ ରୁ ଅଧିକ ଭୋଟରେ ଆଗରେ ଅଛନ୍ତି। ଶିବରାଜ ସିଂ ଚୌହାନ ବୁଦ୍ଧନି ଆସନରୁ ୫ଥର ବିଧାୟକ ହୋଇଥିଲେ। ତେବେ ସେ ସାଂସଦ ହେବାପରେ ଏହି ଆସନ ଖାଲି ପଡିଥିଲା।
ଅପରପକ୍ଷରେ ୟୁପିର ୯ଟି ବିଧାନସଭା ଆସନର ଉପ-ନିର୍ବାଚନରେ ବିଜେପି ମିଳିତ ମଞ୍ଚ ୭ଟି ସିଟରେ ଏବଂ ସମାଜବାଦୀ ପାର୍ଟି ୨ଟି ଆସନରେ ଆଗୁଆ ରହିଛି। ସେହିପରି ଅଖିଳେଶଙ୍କ ଗଡ଼ ବୋଲାଉଥିବା ମେନପୁରୀର କରହଲ ଆସନରେ ଏସପି ଆଗୁଆ ରହିଛି। ବିଜେପି ଏଠାରେ ଅଖିଳେଶଙ୍କ ସମ୍ପର୍କୀୟ ଅନୁଜେଶ ଯାଦବଙ୍କୁ ମଇଦାନକୁ ଓହ୍ଲାଇଥିଲା।