ଚେନ୍ନାଇ: ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ବିରୋଧ କରୁଥିବା ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତି । ଏହି ଆଇନ ମୁସଲମାନଙ୍କ ପାଇଁ ବିପଦ ନୁହେଁ । ଯଦି କେବେ ବି ଏହି ଆଇନ ମୁସଲମାନଙ୍କୁ କ୍ଷତି ପହଂଚାଇବ ତେବେ ପ୍ରଥମେ ମୁଁ ଆଗକୁ ଆସିବି ବୋଲି ରଜନୀକାନ୍ତ କହିଛନ୍ତି । କେବଳ ସେତିକି ନୁହେଁ ଏନ୍ଆର୍ପିକୁ ମଧ୍ୟ ସେ ସମର୍ଥନ କରିଛନ୍ତି । ରାଷ୍ଟ୍ରୀୟ ଜନସଂଖ୍ୟା ପଂଜିକା ଦେଶ ପାଇଁ ଜରୁରୀ ବୋଲି ସେ କହିଛନ୍ତି ।
ଅଭିନେତା ରଜନୀକାନ୍ତ କହିଛନ୍ତି ଯେ, କେନ୍ଦ୍ର ସରକାର ଆଶ୍ୱାସନ ଦେଇଛନ୍ତି ଯେ, ଭାରତୀୟ ଲୋକଙ୍କୁ ସିଏଏରୁ କୌଣସି ଅସୁବିଧା ହେବ ନାହିଁ । କିଛି ରାଜନୈତିକ ଦଳ ନିଜର ସ୍ୱର୍ଥ ପାଇଁ ସିଏଏ ବିରୋଧରେ ଲୋକଙ୍କୁ ଉସ୍କାଉଥିବା ସେ ଅଭିଯାଗ କରିଛନ୍ତି । ସେ ଏହି ଆଇନ୍ ବିରୋଧରେ ହେଉଥିବା ପ୍ରଦର୍ଶନ ଲାଗି ଧାର୍ମିକ ନେତାମାନଙ୍କୁ ଦାୟୀ କରିଛନ୍ତି ।
ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବା ନେଇ ଚର୍ଚ୍ଚା ହେଉଛି । ତେବେ ଏଯାଏଁ କିନ୍ତୁ ସେ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ୨୦୧୯ ସାଧାରଣ ନିର୍ବାଚନ ବେଳେ ରଜନୀକାନ୍ତ ନିଜର ରାଜନୀତିକ ଦଳ ଘୋଷଣା କରି ନିର୍ବାଚନ ଲଢ଼ିବେ ବୋଲି ଆକଳନ କରାଯାଉଥିଲା । କିନ୍ତୁ ତାମିଲନାଡୁ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ସେ ସାଧାରଣ ନିର୍ବାଚନରେ ସାମିଲ ହୋଇନଥିଲେ ।
BREAKING NEWS
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
Comments are closed.