Latest Odisha News

BREAKING NEWS

ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକଙ୍କୁ ସପ୍ତମ ବେତନ କମିଶନ ହାରରେ ମିଳିବ ଦରମା

ଭୁବନେଶ୍ୱର: ଶିକ୍ଷକମାନଙ୍କ ପାଇଁ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ଦିଆଯିବ। ଏସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍। ଉଭୟ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ନୂତନ ବେତନ ପାଇବେ।

ନୂତନ ବର୍ଦ୍ଧିତ ବେତନ ୨୦୨୨ ଜାନୁଆରୀ ପହିଲାରୁ ଲାଗି ହେବ। ଏହା ଦ୍ବାରା ୨୬ ହଜାର ଶିକ୍ଷକ, ଅଧ୍ୟାପକ ଓ ଅଣ ଶିକ୍ଷକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୨୯୨ କୋଟି ଅତିରିକ୍ତ ବ୍ୟୟ କରିବେ ।

Leave A Reply

Your email address will not be published.