Latest Odisha News

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୋଜନା ‘ବିଜ୍ଞାନ ଧାରା’କୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ତିନୋଟି ପ୍ରମୁଖ ଯୋଜନାକୁ ଜାରି ରଖିବାକୁ ମଞ୍ଜୁରି ମିଳିଛି । ଏସବୁ ଯୋଜନାକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ (ଡିଏସଟି)ର ‘ବିଜ୍ଞାନ ଧାରା’ ନାମକ ଏକ ସମନ୍ୱିତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ମିଶ୍ରଣ କରାଯାଇଛି । ଏହି ଯୋଜନାରେ ତିନୋଟି ବ୍ୟାପକ ଉପାଦାନ ରହିଛି । ସେଗୁଡିକ ହେଲା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (ଏସଆଣ୍ଡଟି) ସହ ଜଡ଼ିତ ସଂସ୍ଥାଗତ ଓ ମାନବ ଦକ୍ଷତା ବିକାଶ, ଗବେଷଣା ଓ ବିକାଶ ଏବଂ ନୂଆ ଉଦ୍ଭାବନ, ପ୍ରଯୁକ୍ତି ବିକାଶ ଓ ନିୟୋଜନ ।

୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗ ଅବଧି ମଧ୍ୟରେ ସମନ୍ୱିତ ଯୋଜନା ‘ବିଜ୍ଞାନ ଧାରା’ର କାର୍ଯ୍ୟକାରିତା ପାଇଁ ପ୍ରସ୍ତାବିତ ବ୍ୟୟ ଅଟକଳ ୧୦,୫୭୯.୮୪ କୋଟି ଟଙ୍କା ରହିଛି। ଯୋଜନାଗୁଡ଼ିକୁ ଏକକ ଯୋଜନାରେ ମିଶ୍ରଣ କରିବା ଦ୍ୱାରା ପାଣ୍ଠି ର ଉପଯୋଗରେ ଦକ୍ଷତା ବୃଦ୍ଧି ପାଇବ ଏବଂ ଉପ-ଯୋଜନା/କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ସ୍ଥାପନ ହେବ । ‘ବିଜ୍ଞାନ ଧାରା’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ଭାବନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିକାଶ ସହିତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିକାଶକୁ ପ୍ରୋତ୍ସାହିତ କରିବା । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ସୁସଜ୍ଜିତ ଗବେଷଣା ଓ ବିକାଶ ପରୀକ୍ଷାଗାରକୁ ପ୍ରୋତ୍ସାହିତ କରାଯାଇ ଦେଶର ବିଜ୍ଞାନ ଓ ବିକାଶ ଭିତ୍ତିଭୂମି ସୁଦୃଢ଼ କରାଯିବ ।

Comments are closed.